ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ରେ ବିରଳ ଚିକିତ୍ସା

ଭୁବନେଶ୍ବର: ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ରେ ଜଣେ ଯୁବତୀଙ୍କ ବିରଳ ଚିକିତ୍ସା କରାଯାଇଛି। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଦ୍ବାରା ଚିକିତ୍ସା କରାଯିବା ପରେ ଯୁବତୀ ଜଣକ ଆରୋଗ୍ୟ ଲାଭ କରିଛନ୍ତି। ତାଙ୍କ ନାମ ହେଉଛି ପ୍ରଜ୍ଞା ସୂତ୍ରଧର। ‌ଉତ୍ତର ଓଡ଼ିଶାର ଏହି ଯୁବତୀ ଜଣକ ୨୦୧୦ରେ ଟକ୍ସିକ୍‌ ରିଆକ୍ସନ୍‌ରେ ପୀଡ଼ିତ ହୋଇଥିଲେ। ଏହା ତାଙ୍କର ସାରା ଶରୀରକୁ ପ୍ରଭାବିତ କରିବା ସହିତ ଆଖିକୁ ମଧ୍ୟ ଆକ୍ରାନ୍ତ କରିଥିଲା। ପ୍ରଥମେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେବା ପରେ ସେ ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ ଆସିଥିଲେ। ସେଠାରେ ତାଙ୍କ ଆଖିକୁ ବିଭିନ୍ନ ବିଭାଗ ଦ୍ବାରା ଚିକତ୍ସା କରାଯାଇଛି। ଏହି ଚିକିତ୍ସା ପ୍ରକ୍ରିୟା ଅନେକ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଡକ୍ଟର ଶ୍ରୀକାନ୍ତ କୁମାର ସାହୁ ଓ ଡକ୍ଟର ସୂର୍ଯ୍ୟସ୍ନାତ ରଥ ତାଙ୍କର ଚିକିତ୍ସା କରିଥ‌ିଲେ। ଏକ ସମୟରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବା ଭଳି ପରିସ୍ଥିତିରେ ପହଞ୍ଚିଯାଇଥିଲେ ପ୍ରଜ୍ଞା। ଠିକ୍ ସମୟରେ ଚିକିତ୍ସା କରାଯିବାରୁ ସେ ଆରୋଗ୍ୟ ଲାଭ କରିଛନ୍ତି ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର