ଭୁବନେଶ୍ବର: ମାରୁତି ସୁଜୁକିର ପ୍ରିମିୟମ୍ କାର୍ ବିକ୍ରି କ୍ଷେତ୍ରରେ ‘ନେକ୍ସା’ ସୋ’ରୁମ୍ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ବାଲେନୋ ଠାରୁ ଆରମ୍ଭ କରି ସିଆଜ୍, ଇଗ୍ନିସ୍ ଏବଂ ଏସ୍-କ୍ରସ୍ ପର୍ଯ୍ୟନ୍ତ ସବୁ ପ୍ରକାର ପ୍ରିମିୟମ୍ କାର୍ ବିକ୍ରିରେ ଏହା ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି। ଏବେ କଂପାନିର ଉତ୍ପାଦ ବର୍ଗରେ ସାମିଲ ହୋଇଥିବା ପ୍ରିମିୟମ୍ ଏମ୍ପିଭି ଏଲ୍ଏକ୍ସ୬ ନେକ୍ସାର ସ୍ଥିତିକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଏଲ୍ଏକ୍ସ୬ ହେଉଛି ବିଏସ୍-୬ ନିୟମ ପାଳନ କରୁଥିବା ଏବଂ କେ୧୫ ପେଟ୍ରୋଲ୍ ଇଞ୍ଜିନ ଥିବା ଏକ ୬ ସିଟ୍ ବିଶିଷ୍ଟ୍ ଏମ୍ପିଭି। ଏଥିରେ ମାରୁତି ସୁଜୁକିର ସ୍ମାର୍ଟ ହାଇବ୍ରିଡ୍ ପ୍ରଯୁକ୍ତି ରହିଛି। ଆକର୍ଷଣୀୟ ଏଲ୍ଇଡି ହେଡ୍ଲ୍ୟାମ୍ପ୍, ସାମ୍ନା ଗ୍ରିଲ୍ ଏବଂ ସୁନ୍ଦର ଇଣ୍ଟେରିଅର୍ ଏହାକୁ ଏକ ଚମତ୍କାର ଗାଡ଼ିରେ ପରିଣତ କରିଛି। ସ୍ମାର୍ଟଫ୍ଲେ ଷ୍ଟୁଡିଓ ସହ ନିରବଚ୍ଛିନ୍ନ ସ୍ମାର୍ଟଫୋନ୍ ସଂଯୋଗ, କ୍ରୁଜ୍ କଣ୍ଟ୍ରୋଲ୍ ଏବଂ ଆହୁରି ବହୁତ କିଛି ସୁବିଧା ଏଥିରେ ରହିଛି। ଗତ ଅଗଷ୍ଟ ୨୧ରେ ଉନ୍ମୋଚନ ହେବା ପରଠାରୁ ରାଜ୍ୟର ଗ୍ରାହକଙ୍କ ଦ୍ବାରା ଏହା ବିଶେଷ ଭାବେ ଆଦୃତ ହେବାରେ ଲାଗିଛି। ୨୦୧୭-୧୮ରେ ବିକ୍ରି କ୍ଷେତ୍ରରେ ସବୁଠୁ ଆଗରେ ରହିଥିଲା ଏସ୍-କ୍ରସ୍। ଏହି ମଡେଲ୍ ଉପରେ କଂପାନି ଉତ୍ସବ ଅଫର୍ ଭାବେ ୧ ଲକ୍ଷ ୧୨ ହଜାର ଟଙ୍କାର ରିହାତି ପ୍ରଦାନ କରୁଛି। ବ୍ୟାଙ୍କଗୁଡ଼ିକ କମ୍ ସୁଧ ହାରରେ ଫାଇନାନ୍ସ ପ୍ରଦାନ କରୁଥିବା ଗ୍ରାହକମାନଙ୍କ ପାଇଁ ଏସ୍-କ୍ରସ୍ କିଣିବା ଅଧିକ ସହଜ ହୋଇଯାଇଛି।
ନେକ୍ସାରେ ମାରୁତିର ‘ଏଲ୍ଏକ୍ସ୬’
/sambad/media/post_attachments/wp-content/uploads/2019/09/xzfghsfhfsafsafsf6555.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)