ଅଧିକ ଶାଖା ଖୋଲିବ ‘ମଦୁରା ମାଇକ୍ରୋଫାଇନାନ୍ସ’

ଭୁବନେଶ୍ୱର: ଚେନ୍ନାଇରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଅଗ୍ରଣୀ ମାଇକ୍ରୋଫାଇନାନ୍ସ ସଂସ୍ଥା ମଦୁରା ଫାଇନାନ୍ସ ପକ୍ଷରୁ ଓଡ଼ିଶାରେ ଅଧିକରୁ ଅଧିକ ଶାଖା ଖୋଲିବାକୁ ଯୋଜନା ରଖାଯାଇଛି। କଂପାନି ଓଡ଼ିଶା ଓ ବିହାରରେ ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଏହାର କାରବାର ଆରମ୍ଭ କରିଥିଲା। ଏହା ପୂର୍ବରୁ ମଦୁରା ମାଇକ୍ରୋଫାଇନାନ୍ସ ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିଲା। ଓଡ଼ିଶାର ୫ରୁ ୬ଟି ଜିଲ୍ଲାରେ ଏହି ସଂସ୍ଥା ନିଜର ଶାଖା ସ୍ଥାପନ କରିଛି। ଆଗାମୀ ଦିନରେ ଏକ ଟିମ୍‌ ଗଠନ କରିବା ଓ ନିଜର ନେଟଓ୍ଵର୍କକୁ ଆହୁରି ସୁଦୃଢ଼ କରିବାକୁ ମଦୁରା ମାଇକ୍ରୋଫାଇନାନ୍ସ ଲକ୍ଷ୍ୟ ରଖିଛି। ଡକ୍ଟର କେ ଏମ୍‌ ତିଆଗରାଜନ ୧୯୯୫ରେ ମଦୁରା ସ୍ଥାପନ କରି ଏସ୍‌ଏଚ୍‌ଜିଗୁଡ଼ିକୁ ଋଣ ଦେବା ଆରମ୍ଭ କରିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷକୁ ମଦୁରା ମାଇକ୍ରୋଫାଇନାନ୍ସ ୧୧୫୦ କୋଟି ଟଙ୍କାର ମୋଟ ଋଣ ପୋର୍ଟଫୋଲିଓ ସହିତ ଶେଷ କରିଛି।

ସମ୍ବନ୍ଧିତ ଖବର