ମହାବୀର ଏଜେନ୍ସିର ଦ୍ୱିତୀୟ ମେଗା ସୋ’ରୁମ୍‌

ଭୁବନେଶ୍ୱର: ଗଡ଼ ଗୋପିନାଥ ପ୍ରସାଦ କଲୋନି (ଜିଜିପି) ଠାରେ ମହାବୀର ଏଜେନ୍ସି ଦ୍ୱିତୀୟ ମେଗା ସୋରୁମ୍‌ ଖୋଲିଛି। ଏଠାରେ ଇଲେକ୍‌ଟ୍ରୋନିକ୍ସ ଗୃହ ଉପକରଣ ସହିତ ନାମୀଦାମୀ କମ୍ପାନିର ମୋବାଇଲ ହ୍ୟାଣ୍ଡସେଟ୍‌ ଉପଲବ୍ଧ ହେବ। ମହାବୀର ଏଜେନ୍ସିର ମାଲିକ ମନମୋହନ ଖୁଣ୍ଟିଆ କହିଥିଲେ, ଗ୍ରାହକଙ୍କୁ ସୁବୁଠୁ କମ୍‌ ମୂଲ୍ୟରେ ଉତ୍ତମ ମାନର ସାମଗ୍ରୀ ଯୋଗାଇବା ମହାବୀର ଏଜେନ୍ସିର ମୂଳ ଲକ୍ଷ୍ୟ। ପ୍ରଥମ ମାସରେ ମହାବୀର ଏଜେନ୍ସି ଦେଢ଼କୋଟିର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି। ନୂଆ ସୋ’ରୁମ୍‌ ମାଧ୍ୟମରେ ରସୁଲଗଡ଼, ମଞ୍ଚେଶ୍ୱର, ପଳାଶୁଣୀ, ଝାରପଡ଼ା, ପାଣ୍ଡରା ଆଦି ଅଞ୍ଚଳର ଲୋକେ ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ସହଜରେ କିଣିବାର ସୁଯୋଗ ପାଇପାରିବେ।

ସମ୍ବନ୍ଧିତ ଖବର