ମହିନ୍ଦ୍ରାର ନୂଆ ‘ସୁପ୍ରୋ’ ହେଭି ଡ୍ୟୁଟି ସିରିଜ୍‌

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ସୁପ୍ରୋ ଲୋଡ୍‌ ହେଭି ଡ୍ୟୁଟି ସିରିଜ୍‌ ଟ୍ରକ୍‌କୁ ଉନ୍ମୋଚନ କରାଯାଇଛି। କ୍ଷୁଦ୍ର ବାଣିଜ୍ୟିକ ଯାନ ବର୍ଗରେ କଂପାନି ସୁପ୍ରୋ ମ୍ୟାକ୍ସିଟ୍ରାକ୍‌ ଏବଂ ମିନିଟ୍ରକ୍‌ ଆଣିଛି। ହେଭି ଡ୍ୟୁଟି ସିରିଜ୍‌ରେ ୮ ଲିଫ୍‌ ସାମ୍ନା ସସ୍‌ପେନ୍‌ସନ୍‌ ରହିଛି ଯାହା ଗ୍ରାହକଙ୍କୁ ଉତ୍କଷ୍ଟ ସୁବିଧା ପ୍ରଦାନ କରିବ। ସୁପ୍ରୋ ମ୍ୟାକ୍ସିଟ୍ରକ୍‌ ହେଭି ଡ୍ୟୁଟିର ଏକ୍ସ ସୋ’ରୁମ୍‌ ମୂଲ୍ୟ ୪ ଲକ୍ଷ ୭୩ ହଜାର ଟଙ୍କା ରଖାଯାଇଥିବା ବେଳେ ସୁପ୍ରୋ ମିନି ଟ୍ରକ୍‌ ହେଭି ଡ୍ୟୁଟି ସିରିଜ୍‌ର ମୂଲ୍ୟ ୪ ଲକ୍ଷ ୨୯ ହଜାର ଟଙ୍କା ରହିଛି। ବିଏସ୍‌-୪ ଇଞ୍ଜିନ ସହିତ ଏହା ଉପଲବ୍ଧ ହେଉଛି। ଏହି ଦୁଇ ପ୍ରକାର ଟ୍ରକ୍‌ ଉପରେ କଂପାନି ୨ ବର୍ଷ/୬୦ ହଜାର କିମି ଓ୍ଵାରେଣ୍ଟି ପ୍ରଦାନ କରୁଛି। ଏହା ଡାଇମଣ୍ଡ୍‌ ହ୍ଵାଇଟ୍‌, ଡିପ୍‌ ଓ୍ଵାର୍ମ ବ୍ଲୁ ଏବଂ ଲାଭା ରେଡ୍‌ ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର