ମହିନ୍ଦ୍ରାର ନୂଆ ଗାଡ଼ି ’ଫୁରିଓ’ର ବଜାର ପ୍ରବେଶ

ଛକାନ : ମହିନ୍ଦ୍ରା ଗ୍ରୁପର ଟ୍ରକ୍‌ ଓ ବସ ଡ଼ିଭିଜନ ପକ୍ଷରୁ ମଧ୍ୟମ ଧରଣର ନୂଆ ବ୍ୟବସାୟିକ ଯାନ ’ଫୁରିଓ’ ବଜାରକୁ ଛଡ଼ାଯାଇଛି । ଏହାଫଳରେ କଂପାନୀ ମଧ୍ୟମ ଧରଣର ଯାନ ପ୍ରସ୍ତୁତି କ୍ଷେତ୍ରରେ ପ୍ରବେଶ କରିବା ସହ ଏକ ପୂର୍ଣ୍ଣାଙ୍ଗ ଯାନ ପ୍ରସ୍ତୁତକାରୀ କଂପାନୀର ମାନ୍ୟତା ଲାଭ କରିପାରିଛି । ଏହି ଯାନ ପ୍ରସ୍ତୁତି ପାଇଁ କଂପାନୀର ୫୦୦ ଇଂଜିନିୟର ନିରନ୍ତର ଉଦ୍ୟମ କରିବା ସହ ପ୍ରାୟ ୧୮୦ ଯୋଗାଣକାରୀ କାର୍ଯ୍ୟ କରିଥିଲେ । ଏଥିପାଇଁ ୬୦୦ କୋଟି ଟଙ୍କା ବ୍ୟୟ ହୋଇଛି ।

ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଡ଼କ୍ଟର ପବନ ଗୋଏଙ୍କା ଏହି ଅବସରରେ କହିଛନ୍ତି ଯେ, ଫୁରିଓର ବଜାର ପ୍ରବେଶ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ମଧ୍ୟମ କିସମ ଯାନ ଜରିଆରେ ଆମେ ଏକ ପୂର୍ଣ୍ଣାଙ୍ଗ ବ୍ୟବସାୟିକ ଯାନ ପ୍ରସ୍ତୁତକାରୀ କଂପାନୀରେ ପରିଣତ ହୋଇପାରିଛୁ । ଫୁରିଓ ବଜାରରେ ଏକ ନୂଆ ଧାରା ସୃଷ୍ଟି କରିପାରିବ ବୋଲି ସେ ଆଶା କରିଛ‘ି । ଏହି ନୂଆ ଟ୍ରକ ନିରାପଦ ଓ ଆରାମଦାୟକ ।

ମହିନ୍ଦ୍ରା ଟ୍ରକ ଓ ବସର ସିଇଓ ବିନୋଦ ସହାୟ କହିଛନ୍ତି, ଭଲ ଆୟ ଦେଇପାରୁଥିବା ଓ କମ୍‌ ବ୍ୟୟ ହେଉଥିବା ଗାଡ଼ି ଅପେକ୍ଷାରେ ଭାରତୀୟ ରହି ଆସିଥିଲେ । ଫୁରିଓ ଏହି ଆବଶ୍ୟକତାକୁ ପୂରଣ କରିପାରିବ ।

ସମ୍ବନ୍ଧିତ ଖବର