ଶତାଦ୍ଦୀ ଏକ୍ସପ୍ରେସ ଜାଗାରେ ଚାଲିବ ବିନା ଇଞ୍ଜିନର ପ୍ରଥମ ମେକ୍‌ ଇନ୍‌ ଇଣ୍ଡିଆ ‘ଟ୍ରେନ୍‌ ୧୮’

ନୂଆଦିଲ୍ଲୀ: ଦେଶର ପ୍ରଥମ ମେକ୍‌ ଇନ୍‌ ଇଣ୍ଡିଆ ‘ଟ୍ରେନ୍‌ ୧୮’ ପ୍ରସ୍ତୁତ ହୋଇସାରିଛି। ବିନା ଇଞ୍ଜିନରେ ଚାଲିବାକୁ ଥିବା ଏହି ଟ୍ରେନ୍‌ର ବେଗ ଖୁବ ଅଧିକ ରହିବ ବୋଲି ସୂଚନା ମିଳିଛି । ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍‌ ସେଲ୍‌ଫ ପ୍ରଫେସନାଲ ସିଷ୍ଟମରେ ଚାଲିବ । ବଗି ତଳେ ଟ୍ରାକ୍ସନ ମୋଟର ଲାଗିଛି । ତେବେ ଅକ୍ଟୋବର ୧୫ ସୁଦ୍ଧା ଏହି ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ । ‘ଟ୍ରେନ୍‌ ୧୮’ ସର୍ବପ୍ରଥମେ ଦିଲ୍ଲୀ-ଭୋପାଳ ଦିଗ ଦେଇ ଚାଲିବ । ଶତାଦ୍ଦୀ ଏକ୍ସପ୍ରେସ ଜାଗାରେ ଏହି ଟ୍ରେନ୍‌ ଚଳାଳଚ ହେବ । ତେବେ ଟ୍ରେନ୍‌ ଚଳାଳଚଳ ପୂର୍ବରୁ ଟ୍ରେନ୍‌ ୧୮ର ଟ୍ରାଏଲ ଦୁଇଟି ରୁଟରେ କରାଯିବ । ମୁରାଦାବାଦରୁ ସହରାନପୁର ପର୍ଯ୍ୟନ୍ତ ୧୫ କିମି ପର୍ଯ୍ୟନ୍ତ ପ୍ରଥମେ ଏହି ଟ୍ରେନ୍‌ ଚାଲିବ ।

ଟ୍ରେନ୍‌ ୧୮ରେ ୱାଇଫାଇ, ଜିପିଏସ୍‌ ପାସେଞ୍ଜର ଇନଫୋଟେନମେଣ୍ଟ ସିଷ୍ଟମ, ଅଟୋମେଟିକ ଡ଼ୋର, ଏଲଇଡ଼ି ଲାଇଟ୍‌, ଦିବ୍ୟାଙ୍କ ପାଇଁ ପ୍ଲାଟଫର୍ମ ଆଡ଼କୁ ଖୋଲୁଥିବା ରାମ୍ପ, ସିସିଟିଭି, ଯାତ୍ରୀଙ୍କ ପାଇଁ ଏମରଜେନ୍ସି ଟେକବ୍ୟାକ୍‌ ୟୁନିଟ୍‌, ୟୁରୋପିଆନ୍‌ ଷ୍ଟାଇଲର ସିଟ୍‌, ମୋଡ଼ୁଲାର ଟୟଲେଟ୍‌ ଆଦି ସୁବିଧା ଉପଲବ୍ଧ ହେବ । ମେଟ୍ରୋ ଟ୍ରେନ ବେଗର ଦୁଇଗୁଣା ଅଧିକ ବେଗରେ ଯିବା ଆସିବ କରିବ ଏହି ଟ୍ରେନ୍‌।

ସମ୍ବନ୍ଧିତ ଖବର