ଶେଷହେଲା ମେକ ଇନ ଓଡ଼ିଶାର ଇନଭେଷ୍ଟର ମିଟ୍‌, ଆସିଛି ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର : ଚଳିତ ମେକ ଇନ ଓଡ଼ିଶା କନକ୍ଲେଭରେ ଓଡ଼ିଶା ପ୍ରାୟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପ୍ରାୟ ୧୫ଟି ଶିଳ୍ପ କ୍ଷେତ୍ରରେ ଏସବୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଓ ଏଗୁଡିକରେ ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମେକ୍‌ ଇନ ଓଡ଼ିଶାର ୨ୟ ସଂସ୍କରଣ ଅଧିନରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ ଶେଷ ହୋଇଛି । ଏହାର ଉଦଯାପନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ମେକ ଇନ ଓଡ଼ିଶାର ୩ୟ ସଂସ୍କରଣ ୨୦୨୦ ନଭେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ । ସେ କହିଛନ୍ତି ଏହି ଇନଭେଷ୍ଟର୍ସ ମିଟରେ ଦେଶବିଦେଶର ପ୍ରାୟ ୫୦୩୪ ଜଣ ଶିଳ୍ପପତି ଅଥବା ଶିଳ୍ପଜଗତର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଜାପାନ ଏହି କନକ୍ଲେଭର ସହଯୋଗୀ ଦେଶ ଥିଲା । ତେବେ ମେକ ଇନ ଓଡ଼ିଶାର ପ୍ରଦର୍ଶନୀ ଆସନ୍ତା ୧୫ ତାରିଖରେ ସମାପ୍ତ ହେବ ।

ସମ୍ବନ୍ଧିତ ଖବର