ମେକ୍‌ ଇନ୍‌ ଓଡ଼ିଶାରେ ୩ଟି କ୍ଷେତ୍ରୀୟ ଅଧିବେଶନ ଆ‌ୟୋଜନ କରାଯିବ

ଭୁବନେଶ୍ବର: ବହୁଚର୍ଚିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୧୮ରେ ‘ଭୁବନେଶ୍ବର ଓ ରାଉରକେଲାରେ ସ୍ମାର୍ଟସିଟି’, ‘ପର୍ଯ୍ୟଟନରେ ପୁଞ୍ଜିନିବେଶ ସମ୍ଭାବନା’ ଏବ˚ ‘ଓଡ଼ିଶାକୁ ଦେଶର ଏକ ପ୍ରମୁଖ କ୍ରୀଡ଼ା ସ୍ଥଳୀ ଭାବେ ସ୍ଥାପନ’ ଏହିରୂପେ ପ୍ରମୁଖ ୩ଟି ପ୍ରସଙ୍ଗ ଉପରେ କ୍ଷେତ୍ରୀୟ ଅଧିବେଶନ ଅନୁଷ୍ଠିତ ହେବ। ରାଜ୍ୟର ମୁଖ୍ୟତଃ ଭୁବନେଶ୍ବର ଓ ରାଉରକେଲାରେ ଡିଜିଟାଲ ପରିବର୍ତନ, ସହରୀ ପରିବହନ, ଜଳ ଓ ପରିମଳ, ଗୃହ ନିର୍ମାଣ, ପର୍ଯ୍ୟାପ୍ତ ଜଳ ଯୋଗାଣ ସମେତ ବର୍ଜ୍ୟ ଜଳ ନବୀକରଣ ଆଦି ବିଷୟ ଉପରେ ଆଲୋଚନା ହେବ। ପର୍ଯ୍ୟଟନ ଶୀର୍ଷକ ଅଧିବେଶନରେ ହୋଟେଲ ଓ ରିସୋର୍ଟ, ଆମ୍ୟୁଜମେଣ୍ଟ୍‌ ଓ ଥିମ୍‌ ପାର୍କ, ଜଳକ୍ରୀଡ଼ା, ସ୍ବାସ୍ଥ୍ୟଭିତ୍ତିକ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ଉପରେ ଆଲୋକପାତ କରାଯିବ। ‘ଓଡ଼ିଶା- ଦି ସ୍ପୋର୍ଟି˚ ଡେଷ୍ଟିନେସନ୍‌ ଅଫ୍‌ ଇଣ୍ତିଆ’ ଅଧିବେଶନରେ ତୃଣମୂଳ ସ୍ତରରୁ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ଓଡ଼ିଶାରେ ‌ ନତୃତ୍ବର ବିକାଶ ସଂକ୍ରାନ୍ତରେ ବିଶେଷ ଭାବେ ପ୍ରଦର୍ଶନ କରାଯିବ ବୋଲି ଶିଳ୍ପ ବିଭାଗ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର