ମାଖିଜା ଟେଷ୍ଟ ଟ୍ୟୁବ୍‌ ବେବି ସେଣ୍ଟରର ସଫଳତା

ଭୁବନେଶ୍ୱର: ବିଳାସପୁରର ମାଖିଜା ଟେଷ୍ଟ ଟ୍ୟୁବ୍‌ ବେବି ସେଣ୍ଟର ନିଃସନ୍ତାନ ଦମ୍ପତିମାନଙ୍କୁ ସନ୍ତାନ ଜନ୍ମ କରିବା ସୁବିଧା ପ୍ରଦାନ କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଗତ ୨ ବର୍ଷ ମଧ୍ୟରେ ଏହି ଟେଷ୍ଟ ଟ୍ୟୁବ ବେବି ସେଣ୍ଟରରେ ୩୦୦ରୁ ଅଧିକ ନିଃସନ୍ତାନ ଦମ୍ପତି ସନ୍ତାନ ଲାଭ କରି ପାରିଛନ୍ତି। ଏହି ହସ୍ପିଟାଲରର ଡା. ପ୍ରତିଭା ମାଖିଜା (ଏମ୍‌ବିବିଏସ୍‌ ଏମ୍‌ଡିଏ ଟେଷ୍ଟ ଟ୍ୟୁବ ବେବି ବିଶେଷଜ୍ଞ) ଛତିଶଗଡ଼ ଏବଂ ମଧ୍ୟ ଭାରତରେ ନିଃସନ୍ତାନ ଚିକିତ୍ସା ପାଇଁ ବିଶେଷ ପରିଚିତି ହାସଲ କରିଛନ୍ତି। ଡା. ମାଖିଜାଙ୍କ କହିବାନୁଯାୟୀ, ତାଙ୍କ ସେଣ୍ଟରରେ ଆଇୟୁଆଇଏ, ଆଇୟୁଏଫ୍‌, ଆଇବିଏଫ୍‌, ଏକ୍ସି ବ୍ରାଲ୍ଟୋସିଷ୍ଟ, ଭୃଣ ସ୍ଥାନାନ୍ତରଣ, ସରୋଗେଟ ମାତୃତ୍ୱ, ଅଣ୍ଡାଦାନ, ଭୃଣଦାନ, ଭୃଣ ବ୍ୟାଙ୍କ, ସିମେନ ବ୍ୟାଙ୍କ, ଲାପ୍ରୋସ୍କୋପି ଏବଂ ହିଷ୍ଟୋସ୍ପୋକି ଆଦିର ସୁବିଧା ରହିଛି। ନିର୍ଦେଶକ ଡା. ଓମ୍‌ ପ୍ରକାଶ ମାଖିଜା କୁହନ୍ତି ମାଖିଜା ଟେଷ୍ଟ ଟ୍ୟୁବ ବେବି ସେଣ୍ଟର କେବଳ ଛତିଶଗଡ଼ ନୁହେଁ ମଧ୍ୟ ଭାରତ ଏବଂ ଦେଶର ଅନ୍ୟାନ୍ୟ ପ୍ରଦେଶରେ ବିଶେଷ ପରିଚିତି ହାସଲ କରିପାରିଛି।

ସମ୍ବନ୍ଧିତ ଖବର