ମାଖିଜା ଟେଷ୍ଟ୍‍ ଟ୍ୟୁବ୍‌ ବେବି ସେଣ୍ଟର୍‌ରେ ନିଃସନ୍ତାନ ଦମ୍ପତିଙ୍କ ଚିକିତ୍ସା

ଭୁବନେଶ୍ୱର: ନିଃସନ୍ତାନ ଦମ୍ପତିଙ୍କ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଦାବି କରିଛି ଛତିଶଗଡ଼ର ବିଳାସପୁରଠାରେ ଥିବା ମାଖିଜା ଟେଷ୍ଟ୍‍ ଟ୍ୟୁବ୍‌ ବେବି ସେଣ୍ଟର୍‌। ଏହାର ମୁଖ୍ୟ ପ୍ରତିଭା ମାଖିଜା କହିଛନ୍ତି ଯେ ଆଇଭିଏଫ୍‌ ଜରିଆରେ ନିଃସନ୍ତାନ ଦମ୍ପତିମାନେ ସନ୍ତାନ ସୁଖ ପାଇପାରିବେ। ଆଇଭିଏଫ୍‌ କ୍ଷେତ୍ରରେ ଆମ କେନ୍ଦ୍ରର ସଫଳତା ହାର ବହୁତ ଭଲ ରହିଛି। ବିଗତ ଅଢ଼େଇ ବର୍ଷ ଭିତରେ ମାଖିଜା ଟେଷ୍ଟ୍‍ ଟ୍ୟୁବ୍‌ ବେବି ସେଣ୍ଟର୍‌ରେ ଆଇଭିଏଫ୍‌ ପ୍ରକ୍ରିୟାରେ ୫୦୦ରୁ ଅଧିକ ଟେଷ୍ଟ୍‍ ଟ୍ୟୁବ୍‌ ବେବି ପ୍ରସ୍ତୁତ କରାଯାଇଛି। ପ୍ରତିଭା ମାଖିଜାଙ୍କର ପୂର୍ବରୁ ଅନେକ ପ୍ରତିଷ୍ଠିତ ହସ୍ପିଟାଲ୍‌ରେ କାମ କରିବାର ଅଭିଜ୍ଞତା ରହିଛି। ଉତ୍କଷ୍ଟ ସେବା ପ୍ରଦାନ କରାଯାଉଥିବାରୁ ମାଖିଜା ଟେଷ୍ଟ ଟ୍ୟୁବ୍‌ ବେବି ସେଣ୍ଟର୍‌ରୁ ଆଇଏସ୍‌ଓ ୯୦୦୧:୨୦୧୫ ମାନ୍ୟତା ପ୍ରଦାନ କରାଯାଇଛି। ନିକଟରେ ଏହାକୁ ମଧ୍ୟ ଭାରତର ସବୁଠୁ ଶ୍ରେଷ୍ଠ ଆଇଭିଏଫ୍‌ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଥିଲା। ଏଠାରେ ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର ରୋଗୀମାନେ ସଫଳତାର ସହିତ ଚିକିତ୍ସା କରାଇ ସନ୍ତାନ ସୁଖ ପାଇଥିବା ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର