ମାଲ୍ୟାଙ୍କ ସେୟାର ବିକ୍ରିରୁ ମିଳିଲା ୧୦୦୦ କୋଟି

ମୁମ୍ବାଇ: ଋଣ ଠକେଇ କରି ଦେଶ ଛାଡ଼ି ଚାଲିଯାଇଥିବା ମଦ ବ୍ୟବସାୟୀଙ୍କ ଜବତ ହୋଇଥିବା ସେୟାରଗୁଡ଼ିକୁ ବିକ୍ରି କରାଯାଇଛି। ସେଥିରୁ ସରକାରଙ୍କୁ ୧୦୦୮ କୋଟି ଟଙ୍କା ମିଳିଛି। ୟୁନାଇଟେଡ୍‌ ବ୍ରିୱେରିଜ୍ ନାମକ ମଦ କଂପାନିରେ ମାଲ୍ୟାଙ୍କ ଯେଉଁ ସେୟାର ଥିଲା ତାହାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଥିଲା। ଏହି ସବୁ ସେୟାର ବିକ୍ରି କରିବାକୁ ମନି ଲଣ୍ଡରିଂ ନିୟମର ଶୁଣାଣି କରୁଥିବା ଏକ ସ୍ବତନ୍ତ୍ର ଅଦାଲତ ଡେବ୍‌ଟ ରିକଭରି ଟ୍ରିବ୍ୟୁନାଲ୍‌ (ଡିଆର୍‌ଟି)କୁ ଅନୁମତି ପ୍ରଦାନ କରିଥିଲେ। ମାଲ୍ୟାଙ୍କ ସେୟାରକୁ ଜବତ କରିବା ପରେ ସେଗୁଡ଼ିକୁ ୟେସ୍‌ ବ୍ୟାଙ୍କ ପାଖରେ ରଖାଯାଇଥିଲା। ସେୟାରଗୁଡ଼ିକୁ ଡିଆର୍‌ଟିକୁ ହସ୍ତାନ୍ତର କରିବାକୁ କିଛି ମାସ ତଳେ କର୍ଣ୍ଣାଟକ ହାଇକୋର୍ଟ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର