କର୍ପୋରେଟ ଟିକସ ହ୍ରାସକୁ ନେଇ ଶିଳ୍ପଜଗତ ଆତ୍ମହରା : ବଜାରରେ ପ୍ରବଳ ଉତ୍ସାହ, ସେନସେକ୍ସ ୨ ହଜାର ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ ଟାକ୍ସକୁ ପୂର୍ବର ୩୦ ପ୍ରତିଶତରୁ ୨୨   ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫାକଚରିଂ କମ୍ପାନିମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯିବା ଘୋଷଣା ହେବା ପରେ ତାହାକୁ ବିଗତ ୩ ଦଶନ୍ଧୀ ମଧ୍ୟରେ ଏକ ବଡ଼ ଆର୍ଥିକ ସଂସ୍କାର ବୋଲି କୁହାଯାଉଛି । ଏହି ଟିକସ ହ୍ରାସ ଫଳରେ ଭାରତର କର୍ପୋରେଟ ଟାକ୍ସ ବ୍ୟବସ୍ଥା ଏବେ ଦକ୍ଷିଣ-ପୂର୍ବ ଏସିଆର ଅର୍ଥନୀତିଗୁଡ଼ିକ ସହିତ ସମାନ ହୋଇଯାଇଛି । ଏହାକୁ ନେଇ ଶିଳ୍ପଜଗତ ଓ ବଜାରରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ପ୍ରାୟ ୨ ହଜାର ପଏଣ୍ଟ ବୃଦ୍ଧି ପାଇ ୩୮ ପଏଣ୍ଟ ଉପରକୁ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୫୮୧ ପଏଣ୍ଟ ବୃଦ୍ଧି ପାଇ ୧୧,୩୦୦ ପଏଣ୍ଟ ଛୁଇଁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଏକ ଐତିହାସିକ ସଂସ୍କାର ବୋଲି କହିବା ସହ ଏହା ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି । ଶିଳ୍ପ ଜଗତ ଏହି ଖବର ପାଇଁ ନିଜର ସନ୍ତୋଷ ଜାହିର କରିଛି । ଭାରତୀୟ ଶିଳ୍ପ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଶିଳ୍ପ ଜଗତ ପାଇଁ ଏହାଠାରୁ ବଳି ପୂଜା ଉପହାର ଆଉ କିଛି ନାହିଁ ।

ସମ୍ବନ୍ଧିତ ଖବର