ମାରୁତି ଆଣିଲା ନୂଆ ସେଲେରିଓ ଏକ୍ସ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ସେଲେରିଓ ହ୍ୟାଚବ୍ୟାକ୍‌ର କ୍ରସଓଭର ଭର୍ସନ ସେଲେରିଓ ଏକ୍ସର ବଜାର ପ୍ରବେଶ କରାଇଛି। ଦିଲ୍ଲୀ ଏହି ନୂଆ କାରର ଏକ୍ସସୋରୁମ ମୂଲ୍ୟ ୪ ଲକ୍ଷ ୫୭ ହଜାର ଟଙ୍କା(ଭିଏକ୍ସଆଇ ଏମ୍‌ଟି ଭାରିଆଣ୍ଟ)ରୁ ଆରମ୍ଭ ହୋଇଥିବାବେଳେ ଟପ୍‌ ଜେଡ୍‌ଏକ୍ସଆଇ(ଓ)ଏଏମ୍‌ଟି ଟ୍ରିମ୍‌ର ମୂଲ୍ୟ ୫ ଲକ୍ଷ ୪୨ ହଜାର ଟଙ୍କା ରହିଛି। କମ୍ପାନି ଏହି ନୂଆ କ୍ରସଓଭର ମଡେଲକୁ ୨୦୧୭ର ସେଲେରିଓ ଫେସଲିଫ୍ଟ ଭର୍ସନକୁ ଆଧାର କରି ନିର୍ମାଣ କରିଛି। କାରକୁ ଆଗ୍ରେସିଭ ଲୁକ୍‌ ଦେବାକୁ କମ୍ପାନି କାରର ସାମ୍ନାରେ ଏକ ନୂଆ ଗ୍ରିଲ୍‌ ଏବଂ ବମ୍ପର ଆଦି ଲଗାଇଛି।

ଯୁବବର୍ଗର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ଏହି ନୂଆ କାର ପ୍ରସ୍ତୁତ କରିଛି। ଏହା ଯୁବବର୍ଗଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନିର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବିପଣନ ଓ ବିକ୍ରି) ଆର. ଏସ. କଲ୍‌ସି କହିଛନ୍ତି। କାରରେ କୌଣସି ଯାନ୍ତ୍ରିକ ପରିବର୍ତ୍ତନ ହୋଇନାହିଁ। ଏଥିରେ ପୂର୍ବଭଳି ୧.୦ ଲିଟର ପେଟ୍ରୋଲ ଇଞ୍ଜିନ ଲାଗିଛି। ୫ଟି ଆକର୍ଷଣୀୟ ରଙ୍ଗରେ ଏହି ନୂଆ କାର ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର