କାର୍‌ ଦର ବଢ଼ାଇବ ମାରୁତି

ଭୁବନେଶ୍ୱର: ଦେଶର ଅଗ୍ରଣୀ କାର୍‌ ନିର୍ମାତା ମାରୁତି ସୁଜୁକି ଏହାର ବିଭିନ୍ନ କାର୍‌ର ମୂଲ୍ୟ ବଢ଼ାଇବ। କଂପାନି ଏହାର ବିଭିନ୍ନ ମଡେଲ୍‌ର ମୂଲ୍ୟରେ ୨% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ରଖିଛି। ତେଣୁ ଯେଉଁମାନେ ସୁଲଭ ମୂଲ୍ୟରେ ମାରୁତି କାର୍‌ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ସେମାନେ ଆଗୁଆ କାର୍‌ କିଣିଲେ ଲାଭରେ ରହିବେ। କାର୍‌ ନିର୍ମାଣ କରିବାରେ ବ୍ୟବହାର କରାଯାଉଥିବା ବିଭିନ୍ନ କଞ୍ଚାମାଲ୍‌ର ଦର ବଢ଼ିଛି। ଏଥି ସହିତ ଲଜିଷ୍ଟିକ୍‌ ଖର୍ଚ ମଧ୍ୟ ବଢ଼ୁଛି। ଏସବୁ ବିଷୟ ବିଚାରକୁ ନେଇ କାର୍‌ ଦର ବଢ଼ାଇବା ଉପରେ କଂପାନି ଚିନ୍ତା କରୁଛି। କଂପାନି ପକ୍ଷରୁ ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରାଯିବ। ଚଳିତ ମାସରେ କଂପାନି ଏହାର ବିଭିନ୍ନ ମଡେଲ୍‌ ଉପରେ ଆକର୍ଷଣୀୟ ରିହାତି ଅଫର ସବୁ ପ୍ରଦାନ କରୁଛି। ଅଲ୍‌ଟୋ କେ-୧୦ ଉପରେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ, ସେଲେରିଓ ଉପରେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ, ଓ୍ଵାଗନ୍‌ଆର୍‌ରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତ, ଓମ୍‌ନି ଉପରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ, ଇକୋରେ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଏର୍ଟିଗାରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଚଳିତ ମାସରେ ଯଦି ଗ୍ରାହକମାନେ କାର୍‌ କିଣିବେ ତେବେ ବିପୁଳ ପରିମାଣର ଅର୍ଥ ସଞ୍ଚୟ କରିପାରିବେ।

ସମ୍ବନ୍ଧିତ ଖବର