ମାରୁତି ହସ୍ତାନ୍ତର କଲା ୫୧ ଭିଟାରା ବ୍ରିଜା

ଭୁବନେଶ୍ବର: ମାରୁତି ସୁଜୁକି ପକ୍ଷରୁ ଆଜି ହୋଟେଲ୍‌ ସାଣ୍ଡିଜ୍ ଟାୱାରରେ ଭିଟାରା ବ୍ରିଜା ହସ୍ତାନ୍ତର କରିବା ପାଇଁ ଏକ ବଡ଼ ଧରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଂପାନିର ଆଞ୍ଚଳିକ ପ୍ରବନ୍ଧକ ବିବେକ ସରୋଦେ ଓ ଡିଲର ପାର୍ଟନରଙ୍କ ଉପସ୍ଥିତିରେ ୫୧ ଗ୍ରାହକଙ୍କୁ ଭିଟାରା ବ୍ରିଜା ହସ୍ତାନ୍ତର କରାଯାଇଛି। ରାସ୍ତାରେ ଯାଉଥିବା ଲୋକମାନେ ଏତେ ପରିମାଣର ଭିଟାରା ବ୍ରିଜାକୁ ଗୋଟିଏ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅବସରରେ ସଡ଼କ ସୁରକ୍ଷା ଓ ଯାନର ରକ୍ଷଣାବେକ୍ଷଣକୁ ନେଇ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପାଖାପାଖି ୩୦୦ ଲୋକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମାରୁତି ସୁଜୁକି ପକ୍ଷରୁ ମାସକୁ ହାରାହାରି ୧୨,୩୦୦ ଭିଟାରା ବ୍ରିଜା ବିକ୍ରି କରାଯାଉଛି। ଗତ ଆର୍ଥିକ ବର୍ଷରେ କଂପାନି ୧.୫ ଲକ୍ଷ ଭିଟାରା ବ୍ରିଜା ବିକ୍ରି କରିଥିଲା। ଏହି ଗାଡ଼ି ଉନ୍ମୋଚନ ହେବା ପରଠାରୁ ଏହାର ୩.୫ ଲକ୍ଷ ୟୁନିଟ୍ ବିକ୍ରି ହୋଇସାରିଲାଣି। ନିକଟରେ କଂପାନି ପକ୍ଷରୁ ଏହାର ଏଜିଏସ୍‌ ଭାରିଆଣ୍ଟ୍‌କୁ ଉନ୍ମୋଚନ କରାଯାଇଥିଲା ଯାହା ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହେଉଛି।

ସମ୍ବନ୍ଧିତ ଖବର