ଭୁବନେଶ୍ୱର, : ଓଡ଼ିଶା ବଜାରରେ ମାରୁତିର କ୍ଷୁଦ୍ର ଏସ୍ୟୁଭି ଇଗ୍ନିସ ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛି। ଏହାର ଆକର୍ଷଣୀୟ ସାମ୍ନା ଡିଜାଇନ୍ ଓ ସହରର ଭିଡ଼ ଭିତରେ ଏହା ଅତି ସହଜରେ ଚଳପ୍ରଚଳ ହୋଇପାରୁଥିବାରୁ ଗ୍ରାହକମାନେ ଏହାକୁ ବହୁତ ପସନ୍ଦ କରୁଥିବା କଂପାନି ପକ୍ଷରୁ କୁହାଯାଇଛି।
ମାରୁତି ନେକ୍ସା ସୋ’ରୁମ୍ଗୁଡ଼ିକରେ ଏହାକୁ ବିକ୍ରି କରାଯାଉଛି। ବିଶେଷ କରି ଯୁବପିଢ଼ି ଓ ନୂତନ ଭାବେ ଗାଡ଼ି କିଣିବାକୁ ଚାହୁଁଥିବା ଗ୍ରାହକମାନେ ଇଗ୍ନିସ୍କୁ ବହୁତ ପସନ୍ଦ କରୁଛନ୍ତି। ଏଥିରେ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେଥିରେ ଏବିଏସ୍, ଇବିଡି, ଡୁଆଲ୍ ଏୟାରବ୍ୟାଗ୍ ଆଦି ରହିଛି। ୨୦୧୭ରେ ଏହା ବଜାରକୁ ଆସିବା ପରଠାରୁ ଅନେକ ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି କରିପାରିଛି। ଏହା ଏଏମ୍ଟି ଭାରିଆଣ୍ଟ୍ରେ ମଧ୍ୟ ଉପଲବ୍ଧ ହେଉଛି। ଇଗ୍ନିସକୁ ଏହାର ପ୍ରଦର୍ଶନ ପାଇଁ ଅନେକ ପୁରସ୍କାର ମିଳିସାରିଲାଣି।