ଆବୁଧାବିରେ ମାରୁତି ସୁଜୁକି ଡିଲର୍‌ ସମ୍ମିଳନୀ, ୨୦୧୮:ଜ୍ୟୋତି ମୋଟର୍ସକୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର: ଚଳିତ ମାସ ୫ ତାରିଖରେ ଆବୁଧାବିଠାରେ ଅନୁଷ୍ଠିତ ହୋଇଯାଇଛି ମାରୁତି ସୁଜୁକିର ବାର୍ଷିକ ଡିଲର ସମ୍ମିଳନୀ-୨୦୧୮। ଏହି କାର୍ଯ୍ୟକ୍ରମକୁ କଂପାନି ପ୍ରତିବର୍ଷ ବିଦେଶରେ ଆୟୋଜନ କରିଥାଏ। ଓଡ଼ିଶାରେ ମାରୁତି ସୁଜୁକିର ଅଗ୍ରଣୀ ଡିଲର୍‌ ଜ୍ୟୋତି ମୋଟର୍ସକୁ ଏହି ସମ୍ମିଳନୀରେ ଛଅଟି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ମାନଜନକ ପୁରସ୍କାର ମିଳିଛି।
ଗ୍ରାହକ ସନ୍ତୁଷ୍ଟିଠାରୁ ଆରମ୍ଭ କରି ବିକ୍ରି ଆଦି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଜ୍ୟୋତି ମୋଟର୍ସକୁ ଏହି ସବୁ ପୁରସ୍କାର ପ୍ରଦାନ କରାଯାଇଛି। ମାରୁତି ସୁଜୁକିର ଅଧ୍ୟକ୍ଷ ଆର୍‌ ସି ଭାର୍ଗବ, ପରିଚାଳନା ନିର୍ଦେଶକ ଓ ସିଇଓ କେନିଚି ଆୟୋକାମାଙ୍କ ଉପସ୍ଥିତିରେ ଦୁଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ଆର୍‌ ଏସ୍‌ କଲ୍‌ସି ଓ ଟି ହାସିମୋତୋ ଏହି ସବୁ ପୁରସ୍କାର ପ୍ରଦାନ କରିଛନ୍ତି। ଜ୍ୟୋତି ମୋଟର୍ସର ଏମ୍‌ଡି ଓ ସିଇଓ ଦେବଜ୍ୟୋତି ପଟ୍ଟନାୟକ, ନିର୍ଦେଶିକା ମିନୁ ପଟ୍ଟନାୟକ ଓ ନିର୍ଦେଶକ ଜିତେନ୍‌ ଜେନାଙ୍କ ସମେତ ସଂସ୍ଥାର ସେଲ୍‌ସ ଆଣ୍ଡ ସର୍ଭିସ ଟିମ୍‌ ଆବୁଧାବି ସମ୍ମିଳନୀରେ ଯୋଗ ଦେଇ ପୁରସ୍କାରଗୁଡ଼ିକୁ ଗ୍ରହଣ କରିଛନ୍ତି।
ଜ୍ୟୋତି ମୋଟର୍ସକୁ ଚଳିତ ବର୍ଷ ସମ୍ମାନଜନକ ରୟାଲ୍‌ ପ୍ଲାଟିନମ୍‌ ବ୍ୟାଣ୍ଡ୍‌ ପ୍ରଦାନ କରାଯାଇଛି। ମାରୁତି ସୁଜୁକି ପକ୍ଷରୁ ଡିଲରମାନଙ୍କୁ ପ୍ରଦାନ କରାଯାଉଥିବା ବ୍ୟାଣ୍ଡ୍‌ଗୁଡ଼ିକ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ବ୍ୟାଣ୍ଡ୍‌। ଗ୍ରାହକ ସେବା, ସର୍ଭିସ୍‌ ଲୋଡ୍‌, ବିକ୍ରି, ବର୍ଦ୍ଧିତ ଓ୍ଵାରେଣ୍ଟି ଭଳି ୧୦ ପ୍ରକାର କଠୋର ମାନଦଣ୍ଡ ବିଚାରକୁ ନେଇ ରୟାଲ୍‌ ପ୍ଲାଟିନମ୍‌ ବ୍ୟାଣ୍ଡ୍‌ ପ୍ରଦାନ ନିଷ୍ପତ୍ତି ନିଆଯାଏ। ଏହି ସବୁ ମାନଦଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଜ୍ୟୋତି ମୋଟର୍ସକୁ ରୟାଲ୍‌ ପ୍ଲାଟିନମ୍‌ ବ୍ୟାଣ୍ଡ୍‌ ମିଳିଛି। ଜ୍ୟୋତି ମୋଟର୍ସର ଏମ୍‌ଡି ଦେବଜ୍ୟୋତି ପଟ୍ଟନାୟକ ଏହି ବ୍ୟାଣ୍ଡ୍‌କୁ ଗ୍ରହଣ କରିଛନ୍ତି। ବ୍ୟାଣ୍ଡ୍‌କୁ ନିଜ ପାଖରେ ରଖିବାକୁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଜ୍ୟୋତି ମୋଟର୍ସ ପକ୍ଷରୁ କୁହାଯାଇଛି।
ସେହିପରି ଗ୍ରାମାଞ୍ଚଳର ଗ୍ରାହକମାନଙ୍କ ପାଖରେ ମାରୁତି ସୁଜୁକିର ଗାଡ଼ିଗୁଡ଼ିକୁ ପହଞ୍ଚାଇବା ଓ ଗ୍ରାମୀଣ ଗ୍ରାହକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବାରୁ ଜ୍ୟୋତି ମୋଟର୍ସକୁ ଶ୍ରେଷ୍ଠ ଗ୍ରାମୀଣ ଗ୍ରାହକ ସମ୍ପର୍କ ସ୍ଥାପନ ଅଭିଯାନ ପୁରସ୍କାର-୨୦୧୭-୧୮ ପ୍ରଦାନ କରାଯାଇଛି। ଜ୍ୟୋତି ମୋଟର୍ସ ନିୟମିତ ବ୍ୟବଧାନରେ ରାଜ୍ୟର ଦୁର୍ଗମ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାହକମାନଙ୍କ ପାଖରେ ପହଞ୍ଚି କାର୍‌ର ଆବଶ୍ୟକତାକୁ ନେଇ ସଚେତନତା ସୃଷ୍ଟି କରିଥାଏ। ଏହା ସ୍କୁଲ ଶିକ୍ଷକ ଓ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଜ୍ୟୋତି ମୋଟର୍ସ ଏକ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଭ୍ୟାନ୍‌ ପ୍ରସ୍ତୁତ କରିଛି, ଯେଉଁଥିରେ ଏଲଇଡି ଟିଭିର ବ୍ୟବସ୍ଥା ରହିଛି। ସେହି ଭ୍ୟାନ୍‌ ଗାଁ ଗାଁ ବୁଲି କଂପାନିର ବିଭିନ୍ନ ଗାଡ଼ିର ବୈଶିଷ୍ଟ୍ୟ ବିଷୟରେ ପ୍ରଚାର କରୁଛି।
ଜ୍ୟୋତି ମୋଟର୍ସ କମର୍ସିଆଲ୍‌ ଆଉଟ୍‌ଲେଟ୍‌ (ବାଣିଜ୍ୟିକ ଯାନ ଆଉଟ୍‌ଲେଟ୍‌)-ଜ୍ୟୋତି କମର୍ସିଆଲ୍‌କୁ ଏହି ସମ୍ମିଳନୀରେ ଶ୍ରେଷ୍ଠ କମର୍ସିଆଲ୍‌ ଆଉଟ୍‌ଲେଟ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଆଉଟ୍‌ଲେଟ୍‌ରେ ମାରୁତି ସୁୁଜୁକିର ସୁପର୍‌କ୍ୟାରି ଯାନ ବିକ୍ରି କରାଯାଉଛି ଯାହା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେଉଛି। ସୁପର୍‌କ୍ୟାରି ବିକ୍ରି କ୍ଷେତ୍ରରେ ଜ୍ୟୋତି କମର୍ସିଆଲ୍‌ ଉଲ୍ଳେଖନୀୟ ସଫଳତା ହାସଲ କରିଛି। ଏହି ଆଉଟ୍‌ଲେଟ୍‌ରେ ଡେକ୍‌, ଡେକ୍‌ଲେସ୍‌ ଓ ସିଏନ୍‌ଜି ଭାରିଆଣ୍ଟ୍‌ର ସୁପର୍‌କ୍ୟାରି ବିକ୍ରି କରାଯାଉଛି। ଏହି ଗାଡ଼ିର ଏକ୍ସ ସୋ’ରୁମ୍‌ ମୂଲ୍ୟ ୪ ଲକ୍ଷ ୧୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଜ୍ୟୋତି କମର୍ସିଆଲ୍‌ର ଭୁବନେଶ୍ୱର ଓ ବାଲେଶ୍ୱରରେ ଆଉଟ୍‌ଲେଟ୍‌ ରହିଛି।
୨୦୧୭-୧୮ରେ ସର୍ବାଧିକ ଆଉଟ୍‌ଲେଟ୍‌ ଖୋଲିଥିବାରୁ ଜ୍ୟୋତି ମୋଟର୍ସକୁ ବାର୍ଷିକ ଡିଲର୍‌ ସମ୍ମିଳନୀରେ ଆଲ୍‌ଫା ବ୍ୟାଣ୍ଡ୍‌ ମିଳିଛି। ସେହିପରି ନେକ୍ସାରେ ସର୍ବାଧିକ ହୋଲ୍‌ସେଲ୍‌ ଅଭିବୃଦ୍ଧି ଓ ସର୍ବାଧିକ ଆଉଟ୍‌ଲେଟ୍‌ ଆକ୍ଟିଭେସନ୍‌ ପାଇଁ ମଧ୍ୟ ଜ୍ୟୋତି ମୋଟର୍ସକୁ ସମ୍ମାନିତ କରାଯାଇଛି।
ଏସବୁ ପୁରସ୍କାର ମିଳିଛି
୧-ରୟାଲ୍‌ ପ୍ଲାଟିନମ୍‌ ବ୍ୟାଣ୍ଡ୍‌ ଓ କ୍ଲବ୍‌ ୫୦୦
୨-ଶ୍ରେଷ୍ଠ ଗ୍ରାମୀଣ ଗ୍ରାହକ ସମ୍ପର୍କ ଅଭିଯାନ ପୁରସ୍କାର
୩-ଶ୍ରେଷ୍ଠ ବାଣିଜ୍ୟିକ ଆଉଟ୍‌ଲେଟ୍‌ ପୁରସ୍କାର
୪-ସର୍ବାଧିକ ଆଉଟ୍‌ଲେଟ୍‌ ଆକ୍ଟିଭେସନ୍‌ ପୁରସ୍କାର
୫-ନେକ୍ସାକୁ ଆଲ୍‌ଫା ବ୍ୟାଣ୍ଡ୍‌
୬- ନେକ୍ସାରେ ହୋଲ୍‌ସେଲ୍‌ ବିକ୍ରିରେ ସର୍ବାଧିକ ଅଭିବୃଦ୍ଧି

ସମ୍ବନ୍ଧିତ ଖବର