ଏହି ସବୁ କାରରେ ୪୩ ହଜାର ଟଙ୍କାର ରିହାତି ଦେଉଛି ମାରୁତି ସୁଜୁକି

ମୁମ୍ବାଇ: ରାସ୍ତାରେ ଗଡିବ ଇକୋ-ଫ୍ରେଣ୍ଡଲି କାର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଗାମୀ କିଛି ବର୍ଷ ମଧ୍ୟରେ ରାସ୍ତାରେ ଇକୋ-ଫ୍ରେଣ୍ଡଲି କାର୍ ଚାଲୁଥିବାର ଆପଣ ଦେଖିବାକୁ ପାଇବେ । କିଛି ଏଭଳି ଘୋଷଣା କରିଛି ଭାରତୀୟ ଅଟୋମୋବାଇଲ ବଜାରରେ ଦୀର୍ଘ ୩୭ବର୍ଷ ଧରି କାୟା ବିସ୍ତାର କରିଥିବା କାର୍ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତୀୟ ରାସ୍ତାରେ ପାଖାପାଖି ୧୦ଲକ୍ଷ ଇକୋ-ଫ୍ରେଣ୍ଡଲି କାର୍ ଦେଖିବାକୁ ମିଳିବ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଇ-ଯାନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ କମ୍ପାନୀ ଏହି ଇ-ଯାନର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।

ଆଉ ଏସବୁକୁ ଆଖି ଆଗରେ ରଖି ମାରୁତି ଆରମ୍ଭ କରିଛି ଗ୍ରୀନ୍ ମିଲିୟନ ମିଶନ୍ । ଏହି ମିଶନ ଜରିଆରେ ୧୦ଲକ୍ଷ ଇକୋ-ଫ୍ରେଣ୍ଡଲି କାର୍ ବଜାରକୁ ଛାଡିବ କମ୍ପାନୀ । ଭାରତାୟ ବଜାରରେ ନିଜର ପ୍ରଭାବ ଦୀର୍ଘ ୩୭ବର୍ଷ ଧରି ବଜାୟ ରଖିଛି କମ୍ପାନୀ । ଏହି ୩୭ବର୍ଷ ଭିତରେ ୨କୋଟିରୁ ଅଧିକ କାର୍ ବିକ୍ରି କରିଛି କମ୍ପାନୀ ।

ଏବେ କମ୍ପାନୀର ଏହି ଘୋଷଣା ସମସ୍ତଙ୍କ ଭିତରେ ଉତ୍ସାହ ଆହୁରି ବଢାଇ ଦେଇଛି । ପ୍ରଥମ ପଦକ୍ଷେପ ସ୍ୱରୂପ ମାରୁତି ସୁଜୁକି ନିଜର ଲୋକପ୍ରିୟ କାର ଅଲ୍ଟୋ, ୱାଗନର, ଏରଟିଗାର ସିଏନଜି ମଡେଲରେ ୪୩ ହଜାର ଟଙ୍କା ରିହାତି ଘୋଷଣା କରିଛି | ପ୍ରଦୂଷଣ ମୁକ୍ତ ଯାନର ଲୋକପ୍ରିୟତା ବଢାଇବା ପାଇଁ ମାରୁତି ପକ୍ଷରୁ ଏଭଳି ଦର ହ୍ରାସ କରିଥିବାର ଜଣାପଡିଛି |

ସମ୍ବନ୍ଧିତ ଖବର