ନୂଆଦିଲ୍ଲୀ : ଦେଶର ସବୁଠୁ ଅଧିକ କାର ବିକ୍ରି କରୁଥିବା କମ୍ପାନି ମାରୁତି ସୁଜୁକୀ ଆସନ୍ତା ୨୦୨୦ ଏପ୍ରିଲ ୧ ପରଠାରୁ ଆଉ କୌଣସି ଡିଜେଲ କାର ବିକ୍ରି କରିବ ନାହିଁ । ଏ ସଂପର୍କରେ କମ୍ପାନିର ଅଧ୍ୟକ୍ଷ ଆରସି ଭାର୍ଗବ ଆଜି ଘୋଷଣା କରିଛନ୍ତି । ଏବେ କମ୍ପାନି ବିକ୍ରି କରୁଥିବା କାର ମଧ୍ୟରୁ ୨୩ ପ୍ରତିଶତ ହେଉଛି ଡିଜେଲ କାର । ଆସନ୍ତା ବର୍ଷଠାରୁ ଦେଶରେ ବିଏସ-୬ ପ୍ରଦୂଷଣ ନିୟମ ଲାଗୁ ହେବାକୁ ଥିବାବେଳେ ଏହି ମାନଦଣ୍ଡକୁ ପାଳନ କରି ଡିଜେଲ ମଡେଲ ଛାଡିବା ବେଶ ମହଙ୍ଗା ହୋଇଯିବ ବୋଲି କମ୍ପାନି ମନେ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜାନୁୟାରୀ ମାସରେ ମାରୁତି ସୁଜୁକୀ ଘୋଷଣା କରିଥିଲା ଯେ ଆସନ୍ତା ୨୦୨୦ ସୁଦ୍ଧା ନିଜର ଇଲେକଟ୍ରିକ୍ କାର ବଜାରକୁ ଛାଡ଼ିବ । ଟୟୋଟା ସହଯୋଗିତାରେ କମ୍ପାନି ଏହା କରିବ । ଗୁଜୁରାଟର ଗାନ୍ଧିନଗରଠାରେ ଅନୁଷ୍ଠିତ ଭାଇବ୍ରାଣ୍ଟ ଗୁଜୁରାଟ ସମ୍ମିଳନୀରେ ଯୋଗଦେଇ ସୁଜୁକୀ ମୋଟର କର୍ପୋରେସନର ଅଧ୍ୟକ୍ଷ ତୋହିସିରୋ ସୁଜୁକୀ ଏହା କହିଥିଲେ । କମ୍ପାନି ୨୦୨୦ରେ ଗୁଜୁରାଟରେ ନିଜର ୩ୟ ପ୍ଲାଣ୍ଟ ଖୋଲିବ ଓ ଟୟୋଟା ସହଯୋଗରେ ହାଇବ୍ରିଡ କାର ଆସେମ୍ଲ କରିବ ।