୪୦ ହଜାର ୱାଗନଆର୍ ପ୍ରତ୍ୟାହାର କରିବ ମାରୁତି

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ କାର ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ୪୦,୧୬୮ଟି ୱାଗନଆରର ପ୍ରତ୍ୟାହାର ଘୋଷଣା କରିଛି। ଏହି ସବୁ କାର ୨୦୧୮ ନଭେମ୍ବର ୧୫ରୁ ୨୦୧୯ ଅଗଷ୍ଟ ୧୨ ତାରିଖ ମଧ୍ୟରେ ନିର୍ମାଣ ହୋଇଛି। ଏହି ଗାଡ଼ିଗୁଡ଼ିକର ଫୁଏଲ୍ ହୋସ୍‌ରେ ଥିବା ତ୍ରୁଟିକୁ ସଜାଡ଼ିବା ପାଇଁ କମ୍ପାନି ଏଗୁଡ଼ିକୁ ପ୍ରତ୍ୟାହାର କରିବ। ଅଗଷ୍ଟ ୨୪ ତାରିଖରୁ ଏହି ଗାଡ଼ି ମାଲିକଙନକୁ ମାରୁତି ସୁଜୁକିର ଡିଲରମାନେ ଯୋଗାଯୋଗ କରିବେ। ତ୍ରୁଟି ଥିଲେ କମ୍ପାନି ବିନା ମୂଲ୍ୟରେ ତାହାକୁ ସଜାଡ଼ିବ ବୋଲି କହିଛି।

ସମ୍ବନ୍ଧିତ ଖବର