ମାରୁତି କାର କିଣିବେ ? ଏହି ମାସରେ କିଣିଦିଅନ୍ତୁ, କାରଣ ଜାନୁୟାରୀଠାରୁ ଦର ବଢିଯିବ

ନୂଆଦିଲ୍ଲୀ : ଆପଣ ମାରୁତି କାରଣ କିଣିବାକୁ ଯୋଜନା କରୁଛନ୍ତି କି ? ଏହି ଡିସେମ୍ବର ମାସରେ ହିଁ କିଣି ଦିଅନ୍ତୁ । କାରଣ ଆସନ୍ତା ଜାନୁୟାରୀମାସଠାରୁ ମାରୁତି ଦର ବଢାଇବାକୁ ଘୋଷଣା କରିଛି । ବିଭିନ୍ନ କଞ୍ଚାମାଲ ମହଙ୍ଗା ହେବା ଓ ଟଙ୍କା ଦୁର୍ବଳ ହେବା ଯୋଗୁଁ ଏହି ଦରବୃଦ୍ଧି କରାଯାଇଛି ବୋଲିି କମ୍ପାନି ସୂଚନା ଦେଇଛି ।

ଏହି ଦରବୃଦ୍ଧି ମାରୁତିର ଅଲଟୋ-୮୦୦ଠାରୁ ଆରମ୍ଭ କରି ପ୍ରିମିୟମ ମଡେଲ ଏସ୍‌-କ୍ରସ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କମ୍ପାନି ପକ୍ଷରୁ ଆଜି ଷ୍ଟକ ମାର୍କେଟକୁ ସୂଚୀତ କରାଯାଇଛି । ଜାନୁୟାରୀ ୧ରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ତେବେ କେତେ ପରିମାଣରେ ଦର ବୃଦ୍ଧି ହେବ ସେ ସମ୍ପର୍କରେ କମ୍ପାନି ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ ।

ଚଳିତ ବର୍ଷ ଜାନୁୟାରୀରେ ମଧ୍ୟ ମାରୁତି ଦର ବୃଦ୍ଧି କରିଥିଲା । ପ୍ରାୟ ୧୭ଶହ ଟଙ୍କାରୁ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଦରବୃଦ୍ଧି କରାଯାଇଥିଲା । ଗତ ମାସରେ ଟୟୋଟା ମଧ୍ୟ ଦର ବୃଦ୍ଧି ସଂପର୍କରେ ଘୋଷଣା କରିଥିଲା । କେବଳ ଏହି ଦୁଇ କମ୍ପାନି ନୁହେଁ ଜାପାନି କମ୍ପାନି ଇସୁଜୁ ମୋଟର୍ସ ଓ ଟାଟା ମୋଟର୍ସ ମଧ୍ୟ ଦର ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର