ଓଡ଼ିଶାରେ ମାକ୍ସିସ ଟାୟାର୍ସର ପ୍ରଥମ ବିତରକ ନିଯୁକ୍ତ

ଭୁବନେଶ୍ବର,: ଟାୟାର କମ୍ପାନି ମାକ୍ସିସ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ପ୍ରଥମ ବିତରକ ନିଯୁକ୍ତ କରାଯାଇଛି। ଅଟୋମୋବାଇଲ ବ୍ୟବସାୟରେ ଦୀର୍ଘ ୩୫ ବର୍ଷରୁ ଊର୍ଧ୍ବ ଅଭିଜ୍ଞତା ଥିବା ଭୁବନେଶ୍ବରର ଭାରତ ମୋଟର୍ସ ଲିମିଟେଡକୁ କମ୍ପାନି ଏହାର ବିତରକ ଭାବେ ନିଯୁକ୍ତି ଦେଇଛି। ନୂଆ ବିତରକ ନିଯୁକ୍ତି ଫଳରେ କମ୍ପାନି ସର୍ବାଧିକ ପସନ୍ଦଯୋଗ୍ୟ ଟାୟାର ବ୍ରାଣ୍ଡ୍‌ରେ ପରିଣତ ହୋଇପାରିବ ବୋଲି ମାକ୍ସିସ୍ ଇଣ୍ଡିଆର ରିଟେଲ ସେଲ୍ସ ମୁଖ୍ୟ ବିଙ୍ଗ୍‌-ଲିନ୍ ୟୁ କହିଛନ୍ତି। ଭାରତ ମୋଟର୍ସର ଅଧ୍ୟକ୍ଷ ଜୟପ୍ରକାଶ ଦିଦ୍‌ୱାନିଆ ଓ ଓମ୍ ପ୍ରକାଶ ଦିଦୱାନିଆ କୁହନ୍ତି, ଆମର ପ୍ରାୟ ୮୦୦ ଡିଲର ନେଟୱାର୍କ ରହିଛି।

ସମ୍ବନ୍ଧିତ ଖବର