ଜାନୁଆରି ୨୦ରୁ ଆରମ୍ଭ ହେବାକୁ ଯାଉଛି ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌, ୫୦,୦୦୦ରୁ ଅଧିକ ସାମଗ୍ରୀ ଅଧା ମୂୂଲ୍ୟ କିମ୍ବା ତା’ ଠାରୁ କମ୍‌ ମୂଲ୍ୟରେ ମିଳିବ

ନୂଆଦିଲ୍ଲୀ: ଆମାଜନ୍‌ ଜାନୁଆରି ୨୦ରୁ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ଆରମ୍ଭ କରିବାକୁ ଯାଉଛି। ଏହା ୨୩ ଜାନୁଆରି ପର୍ଯ୍ୟନ୍ତ ଚାଲିବ। ଆପଣ ଯଦି କୌଣସି ସାମଗ୍ରୀ କିଣିବାକୁ ସେଲ୍‌ର ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆମାଜନ୍‌ ଏହି ସେଲ୍‌ରେ ଗ୍ରାହକଙ୍କ ପାଇଁ ବିଭନ୍ନ ପ୍ରକାର ଖାସ୍‌ ଅଫର ରଖିଛି। ଆମାଜନ୍‌ର ପ୍ରାଇମ୍‌ ମେମ୍ବର ପାଇଁ ଏହି ସେଲ୍‌ ଜାନୁଆରି ୧୯ ରାତି ୧୨ଟାରୁ ଆରମ୍ଭ ହୋଇଯିବ।

ଆମାଜନ୍‌ ଏହି ସେଲ ଏଚଡିଏଫ୍‌ସି ବ୍ୟାଙ୍କ ସହିତ ମିଶି ଆରମ୍ଭ କରିଛି। ଏହାର ଅର୍ଥ ଏଚଡିଏଫ୍‌ସି ବ୍ୟାଙ୍କର କାର୍ଡ ଯେଉଁ ଗ୍ରାହକଙ୍କ ପାଖରେ ରହିବ ତାଙ୍କୁ କିଣାକିଣି ସମୟରେ ୧୦ ପ୍ରତିଶତ ରିହାତି ମିଳିବ। ଏହି ରିହାତି ଉଭୟ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଗ୍ରାହକଙ୍କୁ ମିଳିବ। ସପିଂ ପାଇଁ ଗ୍ରାହକଙ୍କୁ ଇଏମ୍‌ଆଇର ବିକଳ୍ପ ବି ରହିବ।

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲରେ ୧୦କୋଟିରୁ ଅଧିକ ସାମଗ୍ରୀ ମିଳିବ। ଏହି ସାମଗ୍ରୀ ସପିଂ ବେଳେ ନୋ-କଷ୍ଟ ଇଏମ୍‌ଆଇରେ ଉପଲବ୍ଧ ହେବ। ଫ୍ୟାସନ୍‌ ସାମଗ୍ରୀ କିଣାକିଣି କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ଲୋକମାନଙ୍କୁ ଫ୍ୟାସନ୍‌ ସାମଗ୍ରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳିବ। ୨୦ରୁ ୨୩ ଜାନୁଆରି ପର୍ଯ୍ୟନ୍ତ ଚାଲୁଥିବା ଏହି ସେଲରେ ୬୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକ ଛାଡ ପାଇ ପାରିବେ। ପ୍ରଥମ ଅର୍ଡରରେ ମାଗଣା ହୋମ୍‌ ଡେଲିଭରି ସୁବିଧା ବି ମିଳିବ।

ଏଥିସହିତ ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଉପରେ ବି ରିହାତି ରହିବା ସହିତ ଏକ୍ସଚେଞ୍ଜ୍‌ ଅଫର ବି ରହିଛି। ଆମାଜନ୍‌ରେ ଲାପଟପ୍‌, ହେଡଫୋନ୍‌, କ୍ୟାମେରା ଓ ହାର୍ଡ ଡ୍ରାଇଭ୍‌ ସମେତ ବିଭିନ୍ନ ସାମଗ୍ରୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ୫୦,୦୦୦ରୁ ଅଧିକ ସାମଗ୍ରୀ ତାର ଅଧା ମୂୂଲ୍ୟ କିମ୍ବା ତା’ ଠାରୁ କମ୍‌ ମୂଲ୍ୟରେ ମିଳିବ।

ସମ୍ବନ୍ଧିତ ଖବର