ଏମ୍‌ସିଏଲ୍‌ର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ବର: ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ କଂପାନି ପକ୍ଷରୁ ‘ରନ୍ ଫର୍‌ ଏକ୍ସିଲେନ୍ସ’ ଆୟୋଜନ କରାଯାଇଥିଲା ଯାହାକୁ କଂପାନିର ସିଏମ୍‌ଡି ଆର୍‌ଆର୍‌ ମିଶ୍ର ପାତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂପାନିର ନିର୍ଦେଶକ ଓ ପି ସିଂହ ଓ ବରିଷ୍ଠ ଉପଦେଷ୍ଟା ଏଲ୍‌ ଏନ୍ ମିଶ୍ର ଉପସ୍ଥିତ ଥିଲେ। ପିଲାମାନଙ୍କ ଉପସ୍ଥିତିରେ କେକ୍ କଟାଯାଇଥିଲା। ‌ପଦ୍ମଜା ସିଂହ, ପଦ୍ମିନୀ ବାସୁଦେବନ ଓ ମଧୁ ମିଶ୍ର ଉପସ୍ଥିତ ଥିଲେ। ଦୌଡ଼ର ବିଭିନ୍ନ ବିଭାଗରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। କଂପାନିର ସମ୍ବଲପୁର ମୁଖ୍ୟ କାର୍ଯ୍ୟାଳୟରେ ପଫେସ ଇ ଭି ଗିରେଶ ବକ୍ତୃତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର