Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବ୍ରହ୍ମପୁରରେ ଖିମ୍‌ଜିର ମେଗା ସୋ’ରୁମ୍‌

 ୬ ତାରିଖରେ ଖୋଲିବ  ସୁନା, ହୀରା ଗହଣା ଉପରେ ବିଶେଷ ରିହାତି

0 59

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଗହଣା ବିକ୍ରେତା ଖିମ୍‌ଜି ଜୁଏଲର୍ସ ଭୁବନେଶ୍ୱର, କଟକ ଏବଂ ରାଉରକେଲା ପରେ ଏବେ ବ୍ରହ୍ମପୁର ବଜାରରେ ପ୍ରବେଶ ଘୋଷଣା କରିଛି। ବ୍ରହ୍ମପୁର ସହରର ସାନ ବଜାରଠାରେ ଖିମ୍‌ଜି ପକ୍ଷରୁ ଆସନ୍ତା ୬ ତାରିଖରେ ଏକ ମେଗା ସୋ’ରୁମ୍‌ ଖୋଲାଯିବ। ୩ ମହଲା ବିଶିଷ୍ଟ ୭୫୦୦ ବର୍ଗଫୁଟ୍‌ ପରିମିତ ଏହି ସୋ’ରୁମ୍‌ରେ ସୁନା, ରୁପା ହୀରା ଏବଂ ପ୍ଲାଟିନମ୍‌ ଧାତୁର ଗହଣା ସମ୍ଭାର ସହିତ କର୍ପୋରେଟ୍‌ ଗିଫ୍‌ଟ ସାମଗ୍ରୀ, ରାଡୋ, ଟିସଟ୍‌, ସିକୋ, ସିଟିଜେନ୍‌, ଏମ୍ପ୍ରିଓ ଅର୍‌ମାନି ଭଳି ନାମିଦାମୀ ବ୍ରାଣ୍ଡ୍‌ର ହାତଘଣ୍ଟା ଆଦି ଉପଲବ୍ଧ ହେବ।
ବ୍ରହ୍ମପୁର ସହର ସମେତ ଦକ୍ଷିଣ ଓଡ଼ିଶାର ଗ୍ରାହକଙ୍କୁ ଉନ୍ନତମାନର ଅଳଙ୍କାର ଯୋଗାଇବାରେ ଏହି ସୋ’ରୁମ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖିମ୍‌ଜି ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜି କହିଛନ୍ତି। ଏହା ବ୍ରହ୍ମପୁରର ସର୍ବବୃହତ୍‌ ଗହଣା ସୋ’ରୁମ୍‌ ଭାବେ ବିବେଚିତ ହେବ ବୋଲି ସେ କହିଛନ୍ତି। ଖିମ୍‌ଜିର ଅନ୍ୟ ଷ୍ଟୋର ଭଳି ଏଠାରେ ଗ୍ରାହକମାନେ ୧୦୦ ପ୍ରତିଶତ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ସୁନା ଗହଣା ଏବଂ ୧୦୦ ପ୍ରତିଶତ ଆଇଜିଆଇ ପ୍ରମାଣିତ ହୀରା ଗହଣା କିଣିପାରିବେ। ଏହି ଷ୍ଟୋରର୍‌ ଉଦ୍‌ଘାଟନ ଅବସରରେ ଖିମ୍‌ଜି ଜୁଏଲର୍ସ ପକ୍ଷରୁ ବିଶେଷ ଅଫର୍‌ ଘୋଷଣା କରାଯାଇଛି। ଏହି ଅଫର୍‌ରେ ସୁନା ଗହଣା ଗଢ଼ା ମଜୁରି ଉପରେ ସିଧାସଳଖ ୩୦ ପ୍ରତିଶତ ଏବଂ ହୀରା ଗହଣା ଉପରେ ୨୦ ପ୍ରତିଶତ ଫ୍ଲାଟ୍‌ ରିହାତି ପ୍ରଦାନ କରାଯିବ । ଏହାବ୍ୟତୀତ ହାତଘଡ଼ି ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ଖିମ୍‌ଜି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଖିମ୍‌ଜି ଜୁଏଲର୍ସର ଅନ୍ୟତମ ନିର୍ଦେଶକ ସୁମିତ୍‌ ଖିମ୍‌ଜି ମଧ୍ୟ ଉପସ୍ଥିତ ରହି ବିଭିନ୍ନ ସୂଚନା ପ୍ରଦାନ କରିଥିଲେ।

ରାଜ୍ୟରେ ଏହା ଖିମ୍‌ଜିର କେତେତମ ସୋ’ରୁମ୍‌?
ରାଜ୍ୟରେ ଖିମ୍‌ଜି ଜୁଏଲର୍ସର ଏହା ଷଷ୍ଠ ସୋ’ରୁମ୍‌। ପୂର୍ବରୁ ଭୁବନେଶ୍ୱରରେ ୩ଟି, କଟକରେ ଗୋଟିଏ ଏବଂ ରାଉରକେଲାରେ ଗୋଟିଏ ସୋ’ରୁମ୍‌ ଥିବାବେଳେ ବ୍ରହ୍ମପୁରରେ ଏବେ ଷଷ୍ଠ ସୋ’ରୁମ୍‌ ଖୋଲାଯାଉଛି।
ଆଗାମୀ ଦିନରେ ଆଉ କେଉଁ ସହରରେ ସୋ’ରୁମ୍‌ ଖୋଲିବା ଯୋଜନା ରଖିଛନ୍ତି?
ଆଗାମୀ ଦିନରେ ଖିମ୍‌ଜି ରାଜ୍ୟର କେତୋଟି ସହରରେ ସୋ’ରୁମ୍‌ ଖୋଲିବା ଯୋଜନା ରଖିଛି। ସେହି ସହର ଗୁଡ଼ିକ ମଧ୍ୟରେ ସମ୍ବଲପୁର, ବାଲେଶ୍ୱର ଏବଂ ଅନୁଗୋଳ ରହିଛି।
ବ୍ରହ୍ମପୁର ସୋ’ରୁମ୍‌ରୁ କେତେ ବ୍ୟବସାୟ ଆଶା ରଖିଛନ୍ତି?
ନିର୍ଦ୍ଦିଷ୍ଟ ଭାବେ ସେଭଳି କୌଣସି ଲକ୍ଷ୍ୟ ରଖାଯାଇ ନାହିଁ। କିନ୍ତୁ ଭୁବନେଶ୍ୱର ପରେ ବ୍ରହ୍ମପୁର ଓଡ଼ିଶାର ଏକ ବଡ଼ ସୁନା ଓ ଅଳଙ୍କାର ମାର୍କେଟ। ତେଣୁ କଟକ ଭଳି ବ୍ୟବସାୟ ବ୍ରହ୍ମପୁରରେ ହେବା ନେଇ ଆମେ ଆଶାବାଦୀ ।
ଖିମ୍‌ଜି ଜୁଏଲର୍ସର ସ୍ୱତନ୍ତ୍ରତା କ’ଣ?
ଖିମ୍‌ଜିର ସ୍ୱତନ୍ତ୍ରତା ହେଉଛି ସାଧୁତା ଏବଂ ସ୍ୱଚ୍ଛତା। ଏହି ପଦକ୍ଷେପ ସ୍ୱରୂପ ଖିମ୍‌ଜି ସୁନା ମୂଲ୍ୟ ଅନୁସାରେ ଗଢ଼ା ମଜୁରି ଯୋଡ଼ି ନଥାଏ। ଗ୍ରାମ୍‌ ପିଛା ଏକ ନିର୍ଦ୍ଦିଷ୍ଟ ଗଢ଼ା ମଜୁରି ଖିମ୍‌ଜି ନେଇଥାଏ। ଏହାର ଲାଭ ଗ୍ରାହକମାନେ ପାଇଥାନ୍ତି।
ଖିମ୍‌ଜି ବ୍ରହ୍ମପୁର ସୋ’ରୁମ୍‌ ଗ୍ରାହକମାନଙ୍କୁ କି ପ୍ରକାର ସୁବିଧା ଯୋଗାଇ ଦେବ?
ଖିମ୍‌ଜି ବ୍ରହ୍ମପୁରର ଗ୍ରାହକଙ୍କ ଚାହିଦାକୁ ଦେଖି ସେମାନଙ୍କ ମନ ମୁତାବକ ଡିଜାଇନ୍‌ର ଗହଣା ଯୋଗାଇ ଦେବ। ଏଥିସହିତ ସମ୍ପୂର୍ଣ୍ଣ ରେଞ୍ଜର ଗହଣା ଗ୍ରାହକମାନେ ଏଠାରେ ପାଇବେ। ଅନ୍ୟ ସହର ଭଳି ବ୍ରହ୍ମପୁରରେ ମଧ୍ୟ ଖିମ୍‌ଜି ସୁନା ଗହଣା ବ୍ୟବସାୟରେ ନୂଆ ମାନଦଣ୍ଡ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

13 − 9 =