ଟିଏମ୍‌ଟି ବାର୍‌ ଉତ୍ପାଦନ କରିବ ମେସ୍କୋ

ଭୁବନେଶ୍ବର: ମୋସ୍କୋ ଷ୍ଟିଲ୍ ନିଜ କାରଖାନାରେ ଟିଏମ୍‌ଟି ବାର୍‌ ଓ ଷ୍ଟ୍ରକ୍‌ଚର୍‌ ଆଦି ଉତ୍ପାଦନ କରିବାକୁ ଯୋଜନା ରଖିଛି। କଂପାନି ଏବେ ମେସ୍‌କନ୍‌ ନାମରେ ଟିଏମ୍‌ଟି ବାର୍‌ ବିକ୍ରି କରୁଛି। ତାହା କିନ୍ତୁ ଅନ୍ୟ କାରଖାନାରେ ଉତ୍ପାଦନ କରାଯାଉଛି। ମେସ୍କୋ କେବଳ ନିଜ ବ୍ରାଣ୍ଡ୍‌ ନାମରେ ତାହାକୁ ବିକ୍ରି କରୁଛି। ଖୁବ୍‌ଶୀଘ୍ର ଏହା ନିଜ କାରଖାନାରେ ଟିଏମ୍‌ଟି ଉତ୍ପାଦନ ଆରମ୍ଭ କରିବ ବୋଲି କଂପାନିର ଏମ୍‌ଡି ରୀତା ସିଂହ କହିଛନ୍ତି। ଯାଜପୁରରେ ଥିବା ମୈଥାନ୍ ଷ୍ଟିଲ୍‌ କାରଖାନାରେ ଟିଏମ୍‌ଟି ବାର୍‌ ଉତ୍ପାଦନ କରାଯିବ। କଂପାନି ପ୍ରଥ‌‌େମ ଦେଶରେ ଏହାର ଉତ୍ପାଦକୁ ବିକ୍ରି କରିବ ଓ ପରବର୍ତ୍ତୀ ସମୟରେ ନେପାଳ ଭଳି ରାଜ୍ୟକୁ ତାହା ରପ୍ତାନି କରିବ। ନିଜ କାରଖାନାରୁ ବାହାରୁଥିବା ସ୍ଲାଗ୍‌ର ବ୍ୟବହାର କରିବା ନିମନ୍ତେ କଂପାନି ଏକ ସିମେଣ୍ଟ୍‌ ପ୍ଲାଣ୍ଟ୍ କାରଖାନା ପରିସରରେ ସ୍ଥାପନ କରୁଛି। ସିମେଣ୍ଟ୍‌ ପ୍ଲାଣ୍ଟ୍‌ର ଉତ୍ପାଦନ କ୍ଷମତା ୧ ନିୟୁତ ଟନ୍ ରହିବ ବୋଲି ଶ୍ରୀମତୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର