ଶାଓମିର ଦୁର୍ଗାପୂଜା ଅଫର

ଭୁବନେଶ୍ୱର: ଶାଓମି ପକ୍ଷରୁ ରାଜ୍ୟର ଗ୍ରାହକଙ୍କ ପାଇଁ ଦୁର୍ଗାପୂଜା ଅଫର ଘୋଷଣା କରାଯାଇଛି। ଏହି ଅଫର ଅକ୍ଟୋବର ୧ରୁ ୨୦ ପର୍ଯ୍ୟନ୍ତ ଚାଲିବ। ଶାଓମିର ଲୋକପ୍ରିୟ ଫୋନ୍‌ଗୁଡ଼ିକ ଉପରେ ଗ୍ରାହକମାନେ ଆକର୍ଷଣୀୟ ଅଫର ପାଇପାରିବେ। ପ୍ରତି ଖରିଦ ଉପରେ ଗ୍ରାହକଙ୍କୁ ଦୈନିକ ଓ ସାପ୍ତାହିକ ଲକି ଡ୍ର’ରେ ଭାଗ ନେବାର ସୁଯୋଗ ମିଳିବ ଯେଉଁଥିରେ ସେମାନେ ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ଏମ୍‌ଆଇ ଫୋନ୍ ଉପଲବ୍ଧ ହେଉଥିବା ସବୁ ଷ୍ଟୋର୍‌ରେ ଏହି ଅଫର୍‌ ମିଳିବ ବୋଲି କଂପାନିର ଅଫ୍‌ଲାଇନ୍ ବିକ୍ରି ମୁଖ୍ୟ ଦୀପକ ନାକ୍ରା କହିଛନ୍ତି।

ସମ୍ବନ୍ଧିତ ଖବର