ମାଇକ୍ରୋସଫ୍ଟ ଆଣିଲା ନୂଆ ଲାପ୍‌ଟପ୍

ଭୁବନେଶ୍ବର: ମାଇକ୍ରୋସଫ୍ଟ ପକ୍ଷରୁ ଭାରତରେ ପରବର୍ତି ପିଢ଼ିର ଦୁଇଟି ନୂଆ ଲାପ୍‌ଟପ୍ ସର୍‌ଫେସ୍‌ ପ୍ରା ୬ ଓ ସର୍‌ଫେସ୍‌ ଲାପ୍‌ଟପ୍‌ ୨କୁ ଉନ୍ମୋଚନ କରାଯାଇଛି। ଚଳିତ ମାସ ୨୮ ତାରିଖ ଠାରୁ ଏହି ଦୁଇ ଲାପ୍‌ଟପ୍ ଅନଲାଇନ୍‌ରେ ଆମାଜନ୍ ଓ ଫ୍ଲିପ୍‌କାର୍ଟ ଏବଂ ଅଫ୍‌ଲାଇନ୍‌ରେ ଅଗ୍ରଣୀ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହୋଇଛି। ସର୍‌ଫେସ୍‌ ପ୍ରୋ ୬ର ଚାରିଟି ମଡେଲ୍‌ ରହିଛି ଓ ଏହାର ଦର ୮୩,୯୯୯ ଟଙ୍କାରୁ ଆରମ୍ଭ ହୋଇ ୧,୩୯,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ସର୍‌ଫେସ୍‌ ଲାପ୍‌ଟପ୍‌ ୨ର ଚାରିଟି ମଡେଲ୍‌ ରହିଥିବା ବେଳେ ତାହାର ମୂଲ୍ୟ ୯୧,୯୯୯ ଟଙ୍କାରୁ ଆରମ୍ଭ ହୋଇ ୧,୪୮,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର