ରାଜସ୍ଥାନ: ଦୁର୍ଘଟଣାର ଶିକାର ହେଲା ଏମ୍‌ଆଜି-୨୭ ଯୁଦ୍ଧ ବିମାନ

ଜୟପୁର: ରାଜସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଥିବାର ସାମ୍ନାକୁ ଆସିଛି। ରାଜସ୍ଥାନର ଜୈଶଲ୍‌ମେର୍‌ଠାରେ ମଙ୍ଗଳବାର ଏମ୍‌ଆଜି-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଦୁର୍ଘଟଣାରୁ କିନ୍ତୁ ପାଇଲଟ୍‌ ଜଣକ ବର୍ତ୍ତି ଯାଇଛନ୍ତି। ତେବେ, ଏହି ଦୁର୍ଘଟଣାର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି। ଏ ସଂପର୍କରେ ଅଧିକ ତଥ୍ୟ ଭାରତୀୟ ସେନା ପକ୍ଷରୁ ତୁରନ୍ତ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର