ସମୃଦ୍ଧିରେ ସହାୟକ ହେବ ଖଣି ଉଦ୍ୟୋଗ’

ଭୁବନେଶ୍ୱର,: ଖଣି କ୍ଷେତ୍ରର ନିରନ୍ତର ବିକାଶ ହେଲେ ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ଓଡ଼ିଶା ଏବଂ ଭାରତର ମଧ୍ୟ ସମୃଦ୍ଧି ଆସିପାରିବ ବୋଲି ନାଲ୍‌କୋର ସିଏମ୍‌ଡି ଡ. ତପନ କୁମାର ଚାନ୍ଦ କହିଛନ୍ତି। ଆଜି ଭୁବନେଶ୍ୱର ଠାରେ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ମିନେରାଲ୍‌ ଇଣ୍ଡଷ୍ଟ୍ରିଜ୍‌ (ଫିମି) ଦ୍ୱାରା ଆୟୋଜିତ ସଷ୍ଟେନେବଲ୍‌ ମାଇନିଂ ସମିଟ୍‌ରେ ଯୋଗ ଦେଇ ଡ ଚାନ୍ଦ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପସଂସ୍ଥାର ବରିଷ୍ଠ ଅଧିକାରୀ, ନୀତି-ନିର୍ଦ୍ଧାରକ, ଖଣି ଉଦ୍ୟୋଗର ଅଧିକାରୀବୃନ୍ଦ ଯୋଗଦେଇଥିଲେ। ଡ ଚାନ୍ଦ ଆହୁରି କହିଥିଲେ ଯେ ଜିଡିପିରେ ଖଣି କ୍ଷେତ୍ରର ଅବଦାନ ଏବେ ପ୍ରାୟ ୨.୪ ପ୍ରତିଶତ ରହିଛି। ଆଗାମୀ ୧୦ ବର୍ଷରେ ଏହା ୫ ପ୍ରତିଶତକୁ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ବୋଲି ସେ କହିଥିଲେ। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା, ଫିମିରି ବରିଷ୍ଠ ଉପସଭାପତି ଆର୍‌.ଏଲ୍‌. ମହାନ୍ତି, ଫିମିର ସାଧାରଣ ସମ୍ପାଦକ ଆର୍‌.କେ. ଶର୍ମା ଏବଂ ଟାଟା ସ୍ପଞ୍ଜ୍‌ ଆଇରନ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ଫିମିର ସଭାପତି ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର