ଭୁବନେଶ୍ବର: ଶହୀଦ ନଗରର ଦୁର୍ଗାପୂଜା ମଣ୍ଡପରେ ଗତକାଲି ଉଦ୍ଘାଟିତ ହୋଇଥିବା ୪ ଦିନିଆ ମିନି ଅଟୋ ଏକ୍ସପୋରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଗୋଟିଏ ସ୍ଥାନରେ ଏକାଧିକ କମ୍ପାନିର ବାଇକ୍ ଏବଂ କାର୍ର ପ୍ରଦର୍ଶନ ଏବଂ ବିକ୍ରି କରାଯାଉଥିବାରୁ ଗ୍ରାହକମାନେ ଏଠାକୁ ବହୁସଂଖ୍ୟାରେ ଏଠାକୁ ଆସୁଛନ୍ତି। ଆଜି ଦ୍ବିତୀୟ ଦିନରେ ପାଖାପାଖି ୪ ହଜାର ଗ୍ରାହକ ପ୍ରଦର୍ଶନୀ ସ୍ଥଳକୁ ଆସିଛନ୍ତି ବୋଲି ଆୟୋଜକ ରେସପନ୍ସ ମାର୍କେଟିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡର ଏମଡି ଏନ. ରବି ଶଙ୍କର କହିଛନ୍ତି। ଆସନ୍ତାକାଲି ରବିବାର ଥିବାରୁ ଅଧିକ ଗ୍ରାହକ ଷ୍ଟଲକୁ ଆସିବା ଆଶା ରଖାଯାଇଛି। ଗୋଟିଏ ସ୍ଥାନରେ ଲୋକମାନେ ବିଭିନ୍ନ କମ୍ପାନିର ବାଇକ୍, ଇ-ବାଇକ୍ ଏବଂ କାର୍କୁ ପରଖିବା ସହିତ ସେଗୁଡ଼ିକର ମୂଲ୍ୟ ତୁଳନା କରିପାରିବେ। ଏଠାରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଫାଇନାନ୍ସ ସହିତ ଏକ୍ସଚେଞ୍ଜ ଏବଂ ଟ୍ରେଷ୍ଟ ଡ୍ରାଇଭ୍ ସୁବିଧା ବି ରହିଛି। ମାରୁତି ସୁଜୁକିଠାରୁ ଆରମ୍ଭ କରି ଟୟୋଟା ଏବଂ ସ୍କୋଡ଼ା ଭଳି କମ୍ପାନିର କାର୍ ହୋଣ୍ଡା ଏବଂ ସୁଜୁକି ଭଳି ବାଇକ୍ ସମେତ ଉଷା ଭଳି କମ୍ପାନିର ବିଦ୍ୟୁତ ଚାଳିତ ଗାଡ଼ି ଉପଲବ୍ଧ ହେଉଛି। ସକାଳ ୧୧ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଏହି ମିନି ଅଟୋ ଏକ୍ସପୋ ଖୋଲା ରହୁଛି। ଆସନ୍ତା ୧୬ ତାରିଖରେ ଏହି ଏକ୍ସପୋ ଶେଷ ହେବ। ଲୋକଙ୍କ ପାଇଁ ଏଠାରେ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି। ଲୋକମାନେ ଏଥିରେ ଭାଗନେଇ ଆକର୍ଷଣୀୟ ପୁରସ୍କାର ଜିତିବା ସୁଯୋଗ ରହିଛି। ମୋଟ ୩୦ଟି ଷ୍ଟଲ ଏହି ଏକ୍ସପୋରେ ଖୋଲିଛି।
ମିନି ଅଟୋ ଏକ୍ସପୋ’ରେ ଭିଡ଼, ଆକର୍ଷଣୀୟ ଫାଇନାନ୍ସ ସହିତ ଏକ୍ସଚେଞ୍ଜ ସୁବିଧା
/sambad/media/post_attachments/wp-content/uploads/2019/12/sfhsfhsf4h67sf8h67sfhsf7h5sf4h5fs4hsf4hsf56h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)