ଖଣି ମନ୍ତ୍ରାଳୟ-ନାଲ୍‌କୋ ଏମ୍‌ଓୟୁ

ନୂଆଦିଲ୍ଲୀ: ନାଲ୍‌କୋ ପକ୍ଷରୁ ୨୦୧୮-୧୯ ଆର୍ଥକ ବର୍ଷରେ ୯୩୫୦ କୋଟି ଟଙ୍କାର ରାଜସ୍ୱ ଅର୍ଜନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଲକ୍ଷ୍ୟ ଏ ଯାବତ୍‌ ସର୍ବାଧିକ ଏବଂ ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ। ଗତକାଲି ନୂଆଦିଲ୍ଲୀ ଠାରେ ଏହି ବୁଝାମଣାପତ୍ରଟି ଖଣି ମନ୍ତ୍ରାଳୟର ସଚିବ ଅନୀଲ ଗୋପୀଶଙ୍କର ମୁକିମ ଏବଂ ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କ ଦ୍ୱାରା ସ୍ୱକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁସାରେ, କମ୍ପାନି ଚଳିତ ଆର୍ଥକ ବର୍ଷରେ ୧୦୦ ପ୍ରତିଶତ କ୍ଷମତା ଉପଯୋଗ ସହ ୨.୧ ନିୁୟତ ଟନ୍‌ ଆଲୁମିନା ଏବଂ ୪.୧୫ ନିୟୁତ ଟନ୍‌ ଆଲୁମିନିୟମ୍‌ ଉତ୍ପାଦନ କରିବ ବୋଲି ଧାର୍ଯ୍ୟ କରାଯାଇଛି। ୨୦୧୮-୧୯ ପାଇଁ ନାଲକୋ ପକ୍ଷରୁ ୧୧୦୦ କୋଟି ଟଙ୍କାର କ୍ୟାପେକ୍ସ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର