ଓଡ଼ିଶା ଆସିବ ‘ମିରାକଲ୍‌’ ଇ-ସ୍କୁଟର୍‌

ଭୁବନେଶ୍ୱର: ପୁନେର କଂପାନି ଭୂଷଣ ଏଣ୍ଟରପ୍ରାଇଜେସ୍‌ ଖୁବ୍‌ଶୀଘ୍ର ଓଡ଼ିଶା ବଜାରରେ ଏହାର ଗାଡ଼ିଗୁଡ଼ିକର ବିକ୍ରି ଆରମ୍ଭ କରିବ। କଂପାନିର ଲୋକପ୍ରିୟ ମଡେଲ୍‌ ମିରାକଲ୍‌ ଇ-ସ୍କୁଟର୍‌ ଓଡ଼ିଶାରେ ଉପଲବ୍ଧ ହେବ। ଏହା ବ୍ୟତୀତ ରେସ୍‌ ୬୦ ଓ ଫ୍ୟୁଚୁରା ଭଳି ମଡେଲ୍‌କୁ ମଧ୍ୟ ବିକ୍ରି କରାଯିବ। ନିଜର ଚ୍ୟାନେଲ୍‌ ପାର୍ଟନର୍‌ମାନଙ୍କ ଜରିଆରେ କଂପାନି ଏହି ଗାଡ଼ିଗୁଡ଼ିକୁ ବିକ୍ରି କରିବ। କଂପାନିର ଇଲେକ୍ଟ୍ରିକ୍‌ ଯାନଗୁଡ଼ିକୁ ଥରେ ଚାର୍ଜ କଲେ ତାହା ୫୦ କିମିରୁ ୧୩୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ। ସବୁ ମଡେଲ୍‌ ପାଞ୍ଚଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ। କଂପାନିର ଇଲେକ୍ଟ୍ରିକ୍‌ ଯାନଗୁଡ଼ିକରେ ଟ୍ୟୁବ୍‌ଲେସ୍‌ ଟାୟାର, ଟେଲିସ୍କୋପିକ୍‌ ସସ୍‌ପେନ୍‌ସନ୍‌, ଏଲ୍‌ଇଡି ହେଡ୍‌ଲାଇଟ୍‌ ଓ ଡିସ୍କ ବ୍ରେକ୍‌ ଭଳି ସୁବିଧା ରହିଛି।

ସମ୍ବନ୍ଧିତ ଖବର