ମିରେ ଆସେଟ୍‌ର ନୂଆ ଫୋକସ୍‌ଡ୍‌ ଫଣ୍ଡ୍

ଭୁବନେଶ୍ବର: ଦେଶର ଅନ୍ୟତମ ବୃହତ୍ ମ୍ୟୁଚୁଆଲ ଫଣ୍ଡ୍ କମ୍ପାନି ମିରେ ଆସେଟ୍ ପକ୍ଷରୁ ଏକ ନୂଆ ଫୋକସ୍‌ଡ୍ ଫଣ୍ଡ୍‌ ଘୋଷଣା କରାଯାଇଛି। କମ୍ପାନିର ସିଇଓ ସ୍ବରୂପ ମହାନ୍ତି ଆଜି ଏଠାରେ ଏହି ନୂଆ ଫଣ୍ଡ ବିଷୟରେ ସୂଚନା ଦେଇଛନ୍ତି। ନିବେଶକମାନଙ୍କ ପାଇଁ ଏହି ଫୋକସ୍‌ଡ୍‌ ଫଣ୍ଡ୍ ଆସନ୍ତା ୨୩ ତାରିଖରୁ ଖୋଲାଯାଇ ମେ’ ୭ ତାରିଖରେ ବନ୍ଦ ହେବ। ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଇକ୍ବିଟି ସ୍କିମ୍, ଯାହା କି ସର୍ବାଧିକ ୩୦ଟି ଷ୍ଟକ୍‌ରେ ନିବେଶ ହେବ। ଏହି ପାଣ୍ଠିର ଅର୍ଥ ନିବେଶବେଳେ ବୃହତ୍, ମଧ୍ୟମ ଏବଂ କ୍ଷୁଦ୍ର ଷ୍ଟକ୍ ଅର୍ଥାତ୍ ସବୁ ବର୍ଗର କମ୍ପାନି ଉପରେ ମିରେ ଆସେଟ୍‌ ପ୍ରାଧାନ୍ୟ ଦେବ। କମ୍ପାନିର ବରିଷ୍ଠ ପାଣ୍ଠି ପ୍ରବନ୍ଧକ ଗୌରବ ମିଶ୍ର ଏହି ପାଣ୍ଠିର ପରିଚାଳନା କରିବେ। ଏହି ଫଣ୍ଡ୍‌ରେ ସାରା ଦେଶରୁ କମ୍ପାନି ୪୦୦ରୁ ୫୦୦ କୋଟି ଟଙ୍କାର ନିବେଶ ପାଇବ ବୋଲି ଆଶା ରଖିଛି। ଏଥିରେ ଓଡ଼ିଶାର ଯୋଗଦାନ ୧୫ରୁ ୨୦ କୋଟି ଟଙ୍କା ରହିବା ନେଇ କମ୍ପାନି ଆଶା ରଖିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ କମ୍ପାନିର ଏରିଆ ମ୍ୟାନେଜର(ଓଡ଼ିଶା) ଜିତେନ୍ଦ୍ର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର