୪୦୦୦ ଟନ୍‌ ପିଆଜ ଆମଦାନି କରିବ ଏମ୍‌ଏମ୍‌ଟିସି

ନୂଆଦିଲ୍ଲୀ: ସରକାରୀ ସଂସ୍ଥା ଏମ୍‌ଏମ୍‌ଟିସି ଲିମିଟେଡ୍ ୪୦୦୦ ଟନ୍ ପିଆଜ ଆମଦାନି କରିବା ଲାଗି ଟେଣ୍ଡର୍‌ ଜାରି କରିଛି। ଦେଶ ଭିତରେ ପିଆଜକୁ ନେଇ ଯେଉଁ ଅଭାବ ଦେଖାଦେଇଛି ତାହାକୁ ଦୂର କରିବା ଲାଗି ଏକ ଲକ୍ଷ ଟନ୍ ପିଆଜ ଆମଦାନି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏମ୍‌ଏମ୍‌ଟିସି ପିଆଜ କିଣିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏମ୍‌ଏମ୍‌ଟିସି ପିଆଜ ଆମଦାନି କରିବ ଏବଂ ନାଫେଡ୍‌ ତାହାର ଯୋଗାଣ କରିବ। ଗତ ଶନିବାର ଅନୁଷ୍ଠିତ ହୋଇଯାଇଥିବା ସଚିବମାନଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏମ୍‌ଏମ୍‌ଟିସି ଆମଦାନି କରିବାକୁ ଥିବା ପିଆଜଗୁଡ଼ିକ ନଭେମ୍ବର ୧୫ରୁ ଡିସେମ୍ବର ୧୫ ଭିତରେ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର