ଭାରତୀୟ ବଜାରକୁ ଆସିଲା ଏକ ନୂଆ ବିଦେଶୀ ସ୍ମାର୍ଟଫୋନ କମ୍ପାନି, କେଉଁ କମ୍ପାନି ଜାଣନ୍ତୁ

ନୂଆଦିଲ୍ଲୀ : ଭିଏତନାମର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ମୋବିଷ୍ଟାର ଭାରତୀୟ ବଜାରରେ ପ୍ରବେଶ କରିଛି । କମ୍ପାନି ପକ୍ଷରୁ ଭାରତରେ ଏହାର ବହୁ ପ୍ରତିକ୍ଷିତ ଶକ୍ତିଶାଳୀ ଏକ୍ସକ୍ୟୁ ଡୁଆଲ୍‌ ଏବଂ ସିକ୍ୟୁ ସେଲଫି ସିରିଜ୍‌ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଦୁଇ ଫୋନ୍‌ର ମୂଲ୍ୟ ଯଥାକ୍ରମେ ୭,୯୯୯ ଟଙ୍କା ଓ ୪,୯୯୯ ଟଙ୍କା ରହିଛି। ଏହି ଫୋନ୍‌ଗୁଡିକ ୨୦୧୮ ମଇ ୩୦ ତାରିଖ ମଧ୍ୟାହ୍ନ ୧୨ ଟାଠାରୁ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ। ଏହି ଅବସରରେ ମୋବିଷ୍ଟାରର ସହ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ କାର୍ଲ ନାଗୋ କହିଛନ୍ତି ଯେ ମୋବିଷ୍ଟାର ଭିଏତନାମ୍‌ରେ ବିଶେଷ ଲୋକପ୍ରିୟତା ହାସଲ କରିବାକୁ ସକ୍ଷମ ହୋଇଛି। ଏବେ ଏହା ଭାରତରେ ପ୍ରବେଶ କରି କାରବାର ଆରମ୍ଭ କରିଛି। ଏହା ଭାରାତୀୟ ବଜାରରେ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ। ଏହି ଷ୍ଟାର ସେଲଫି ସିରିଜ୍‌ ସ୍ମାର୍ଟଫୋନ୍‌ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଗ୍ରାହକଙ୍କୁ ଆକର୍ଷିତ କରିପାରିବ। ଏହା ଭାରତୀୟ ବଜାରରେ ଉଲ୍ଲେଖନୀୟ ସଫଳତା ହାସଲ କରି କମ୍ପାନୀର ସ୍ଥିତିକୁ ସୁଦୃଢ଼ କରିବାକୁସକ୍ଷମ ହେବ।

ଏକ୍ସକ୍ୟୁ ଡୁଆଲରେ ୧୩ ମେଗାପିକ୍ସେଲ ଏବଂ ୮ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ଯଥାକ୍ରମେ ଏଥିରେ ୧୩ ଏମ୍‌ପି ସାମସଙ୍ଗ୍‌ ସେନସର୍‌ ଏବଂ ୮ଏମ୍‌ପି ଓମନିଭିଜନ୍‌ ସେନସର ରହିଛି। ଏଥିରେ ଏଫ୍‌/ ୨.୦ ଆପରେଚର ରହିଛି। ସିକ୍ୟୁ ସ୍ମାର୍ଟଫେନ୍‌ରେ ୧୩ ମେଗାପିକ୍ସଲେ ସେଲଫି କ୍ୟାମେରା ଏବଂ ୮ ମେଗାପିକ୍ସଲେ ପଛ କ୍ୟାମେରା ରହିଛି। ଏଥିରେ ଅଟୋପେକସ୍‌ ଫ୍ଲାଶ୍‌ ଓଏଫ୍‌/୨.୦ ଆପରେଚର ରହିଛି। ଏକ୍ସକ୍ୟୁ ଡୁଆଲ୍‌ ଏବଂ ସିକ୍ୟୁରେ୭ ଲେଭୁଲ ବିୟୁଟି ମୋଡ୍‌ ରହିଛି। ଏକ୍ସକ୍ୟୁ ଡୁଆଲ୍‌ରେ ୨.୫ ଡି ସ୍କ୍ରିନ୍‌ ୫.୫ ଇଞ୍ଚ ଆଇପିଏସ୍‌ ଏବଂ ଫୁଲ ଏଚଡି ୧୯୨୦ X ୧୦୮୦ ସ୍କ୍ରିନ୍‌ ରିଜୋଲ୍ୟୁସନ୍‌ ରହିଛି। ସେହିପରି ସିକ୍ୟୁରେ ୫.୦ ଇଞ୍ଚ ଏଚଡି ଏବଂ ୨.୭୫ କର୍ଭଡ୍‌ ଗ୍ଲାସ୍‌ ରହିଛି।

ସମ୍ବନ୍ଧିତ ଖବର