ମୋବାଇଲ୍‌ ନମ୍ବର ପୋର୍ଟିଂ ଖର୍ଚ ୪ ଟଙ୍କାକୁ କମିବ

ନୂଆଦିଲ୍ଲୀ: ମୋବାଇଲ୍‌ ନମ୍ବର ପୋର୍ଟିଂ ଖର୍ଚ ପରିମାଣ ୪ ଟଙ୍କାକୁ ହ୍ରାସ ପାଇବ। ବର୍ତ୍ତମାନ ଏହି ଖର୍ଚ ପରିମାଣ ୧୯ ଟଙ୍କା ରହିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ କୁହାଯାଇଛି ନମ୍ବର ପୋର୍ଟିଂ ପରିମାଣ ଇତି ମଧ୍ୟରେ ବହୁତ ବଢ଼ିଯାଇଛି। ୨୦୧୫ ଜୁଲାଇ ୩ରୁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ନମ୍ବର ପୋର୍ଟେବିଲିଟିରେ ଯେତିକି ଅର୍ଥ ଦରକାର ହେଉଛି ତାହା ତୁଳନାରେ ୧୯ ଟଙ୍କା ବହୁତ ଅଧିକ ହୋଇଯାଉଛି ବୋଲି ଟ୍ରାଇ ଭାବୁଛି। ସେଥିପାଇଁ ଏହି ମୂଲ୍ୟରେ ୮୦% ହ୍ରାସ କରିବା ଉପରେ ବିଚାର କରୁଛି। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର