ମୋବାଇଲ ଦୋକାନୀଙ୍କ ଜମାଖାତାକୁ ଆସିଲା ୯,୯୯,୯୯,୯୯୯ଟଙ୍କା, ତା’ପରେ କ’ଣ ହେଲା ଜାଣନ୍ତୁ !

ନୂଆଦିଲ୍ଲୀ: ବ୍ୟାଙ୍କ ଜମାଖାତାକୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ନୂଆଦିଲ୍ଲୀର ଏସ୍‌ବିଆଇର ଜହାଙ୍ଗିରପୁରୀ ବ୍ରାଞ୍ଚରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏହି ଶାଖାରେ ଜମାଖାତା ଥିବା ମୋବାଇଲ ଦୋକାନୀ ବିନୋଦଙ୍କ ପାଖକୁ ଏକ ଏସ୍‌ଏମ୍‌ଏସ୍‌ ଆସିଥିଲା । ଏହି ଏସ୍‌ଏମ୍‌ଏସ୍‌ଟି ଥିଲା ତାଙ୍କ ଜମା ଖାତାରେ ୯କୋଟି, ୯୯ଲକ୍ଷ,୯୯ହଜାର, ୯୯୯ଟଙ୍କା ଜମା ହୋଇଛି ।

ଏହି ଏସ୍‌ଏମ୍‌ଏସ୍‌ ପଢ଼ି ସେ ପୂରାପୂରି ସ୍ତବ୍ଧ ହୋଇଯାଇଥିଲେ। ତାଙ୍କୁ ବିଶ୍ୱାସ ହୋଇଥିଲା କି ବାସ୍ତବରେ କ’ଣ ତାଙ୍କ ଜମା ଖାତାରେ ୯କୋଟି, ୯୯ଲକ୍ଷ,୯୯ହଜାର, ୯୯୯ଟଙ୍କା ଜମା ହୋଇଛି। ସେ ରାତାରାତି କୋଟି ପତି ହୋଇଯାଇଛନ୍ତି।

ବିନୋଦଙ୍କ କହିବାନୁସାରେ, ‘ରବିବାର ପାଖାପାଖି ୨ଟା ସମୟରେ ଜହାଙ୍ଗିରପୁରୀ ଏସ୍‌ବିଆଇ ବ୍ରାଞ୍ଚରେ ଥିବା ଜମା ଖାତାରେ ଟଙ୍କା ଜମା ହେବାର ଏସ୍‌ଏମ୍‌ଏସ୍‌ ଆସିଥିଲା। ଯାହାକୁ ଦେଖି ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି ଏବଂ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ବି ହତବାକ୍‌ ହୋଇପଡ଼ିଥିଲେ। ରବିବାର ବ୍ୟାଙ୍କ ବନ୍ଦ ଥିବା କାରଣରୁ ଏଟିଏମ୍‌ ଯାଇ ବାଲାନ୍ସ ଚେକ୍‌ କରିଥିଲି। ସେତେବେଳେ ମୋ ଜମା ଖାତାରେ ୯କୋଟି, ୯୯ଲକ୍ଷ,୯୯ହଜାର, ୯୯୯ଟଙ୍କା ଜମା ହୋଇଛି ବୋଲି ଜାଣିବାକୁ ପାଇଲି। ମୁଁ ଯେତେବେଳେ ଟଙ୍କା ବାହାର କରିବାକୁ ଚେଷ୍ଟା କରିଥିଲି ଓ ମୋର ଆକାଉଣ୍ଟ ବ୍ଲକ୍‌ ହୋଇଯାଇଥିବା କଥା ଜାଣିବାକୁ ପାଇଥିଲି।’ ଏ ଘଟଣାକୁ ନେଇ ବ୍ୟାଙ୍କ ତରଫରୁ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ଏହି ମାମଲା ପୂର୍ବରୁ ଉତ୍ତରପ୍ରଦେଶର ବାରବାଙ୍କିସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଦ୍ୱାଦଶଶ୍ରେଣୀରେ ପଢ଼ୁଥିବା କେଶବ ଶର୍ମାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫,୫୫,୫୫,୫୫୫ଟଙ୍କା ଜମା ହୋଇଥିଲା। ଯେତେବେଳେ ସେ ବ୍ୟାଙ୍କ ଯାଇଥିଲା ତାର ଆକାଉଣ୍ଟ ବ୍ଲକ୍‌ ହୋଇଯାଇଥିବା କଥା ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର