ଓଡ଼ିଶା ବଜାରରେ ୫ଟି ନୂଆ ସ୍ମାର୍ଟଫୋନ ଲଞ୍ଚ୍‌ କଲା ମୋବିଷ୍ଟାର

ଭୁବନେଶ୍ୱର: ଗ୍ଲୋବାଲ ସ୍ମାର୍ଟଫୋନ୍‌ ବ୍ରାଣ୍ଡ ମୋବିଷ୍ଟାର ଓଡ଼ିଶା ବଜାରରେ ନିଜର ୫ଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି । ଏଗୁଡ଼ିକ ହେଉଛି ସି୧ ଲାଇଟ, ସି୧, ସି୨, ଇ୧ ସେଲଫି ଏବଂ ଏକ୍ସ୧ ଡ଼ୁଆଲ୍‌ । ମୋବିଷ୍ଟାରର ନୂତନ ରେଞ୍ଜ୍‌ ଏକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ସି୧ ଲାଇଟ୍‌ ମାତ୍ର ୪୩୪୦ ଟଙ୍କା, ସି୧ ମାତ୍ର ୫୪୦୦ ଟଙ୍କା, ସ୨ ମାତ୍ର ୬୩୦୦ ଟଙ୍କା, ଇ୧ ଲାଇଟ୍‌ ସେଲଫି ମାତ୍ର ୮୪୦୦ ଟଙ୍କା ଏବଂ ଏକ୍ସ ୧ ଡ଼ୁଆଲ ମାତ୍ର ୧୦,୫୦୦ ଟଙ୍କାରେ ଉପଲବ୍ଧ ହେଉଛି, ଯାହାକି ଗ୍ରାହକ ମାନଙ୍କୁ ପ୍ରତ୍ୟେକ ମୂଲ୍ୟ ବିକଳ୍ପରେ ଯେପରିକି ୫ ହଜାର ଏବଂ ୧୧ ହଜାର ବିଭାଗରେ ଉପଲବ୍ଧ ହେଉଛି । ଓଡ଼ିଶାରେ ଏହାର କାଯ୍ୟର୍ଧାରା ଆରମ୍ଭ କରିବାକୁଯାଇ ତଥା ଅଫଲାଇନ ବଜାରରେ ଏକ ଅବିରତ ପ୍ରବେଶ ପାଇଁ ମୋବିଷ୍ଟାର ଓଡ଼ିଶାରେ ୨୧ଟି ବିପଣନ କେନ୍ଦ୍ର ଏବଂ ୧୫୦୦ ରିଟେଲର ମାନଙ୍କ ସହିତ ସହବନ୍ଧିତା କରିବାକୁ ଯାଉଛି । କମ୍ପାନୀ ଆହୁରି ମଧ୍ୟ ୧୦୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବ ଏବଂ ଉନ୍ନତ ଗ୍ରାହକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ୨୬ଟି ସେବା କେନ୍ଦ୍ର ସ୍ଥାପନା କରିଛି । ଏହାର ସମସ୍ତ ଡ଼ିଭାଇସ୍‌ ଗୁଡ଼ିକ ୧୧ ସେପ୍ଟେମ୍ବରରୁ ସମ୍ପୁର୍ଣ୍ଣ ଦେଶରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର