ଓଡ଼ିଶା ବଜାରରେ ମୋବିଷ୍ଟାର ସ୍ମାର୍ଟଫୋନ୍‌

ଭୁବନେଶ୍ୱର,: ମୋବିଷ୍ଟାର ନାମକ ଭିଏତ୍‌ନାମ୍‌ ଭିତ୍ତିକ ସ୍ମାର୍ଟଫୋନ୍‌ ନିର୍ମାତା ଓଡ଼ିଶା ବଜାରରେ ପ୍ରବେଶ କରିଛି। ୫ଟି ନୂଆ ମଡେଲ ସ୍ମାର୍ଟଫୋନ୍‌ ସହିତ ମୋବିଷ୍ଟାର ଆସିଛି। ସେହି ଫୋନ୍‌ ଗୁଡ଼ିକ ହେଲା ସି୧ ଲାଇଟ୍‌, ସି୧, ସି୨, ଇ୧ ସେଲ୍‌ଫି ଏବଂ ଏକ୍ସଏ ଡୁଆଲ। ଏହି ଫୋନ୍‌ ଗୁଡ଼ିକର ମୂଲ୍ୟ ୪୩୪୦ ଟଙ୍କାରୁ ୧୦,୫୦୦ ଟଙ୍କା ମଧ୍ୟରେ ରହିଛି। ବିଶେଷତଃ ସେଲ୍‌ଫି ପ୍ରିୟ ବ୍ୟକ୍ତିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ଏହି ଫୋନ୍‌ ଗୁଡ଼ିକ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନିର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍ଲ ନୋ କହିଛନ୍ତି। ଏହି ଅବସରରେ କମ୍ପାନିର ଉପସଭାପତି (ବିକ୍ରି-ଉତ୍ତର ଓ ପୂର୍ବ ଭାରତ) ହରଦୀପ ସିଂହ ଜୋହର, ବିପଣନ ପ୍ରବନ୍ଧକ ମନୋଜ ଠାକୁର, ଓଡ଼ିଶା ଶାଖା ପ୍ରବନ୍ଧକ ରାମକୃଷ୍ଣ ସାହୁ ଓ ଆନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର