ଏବିପି ନ୍ୟୁଜ୍‌ ପକ୍ଷରୁ ମୋହିତ ଗୁପ୍ତା ପୁରସ୍କୃତ

mOHIT GUPTA AWARDED

ଭୁବନେଶ୍ୱର: ଫର୍‌ଚ୍ୟୁନ୍‌ ପାଓ୍ଵାରନିକ୍‌ ସଲ୍ୟୁସନ୍‌ସ ପ୍ରା. ଲିଃର ପରିଚାଳନା ନିର୍ଦ୍ଦେଶକ ମୋହିତ ଗୁପ୍ତାଙ୍କୁ ତାଜ୍‌ ଲ୍ୟାଣ୍ଡସ୍‌ ଏଣ୍ଡ୍‌, ମୁମ୍ବାଇଠାରେ ଏବିପି ପକ୍ଷରୁ ୟଙ୍ଗ୍‌ ମାର୍କେଟର ବ୍ରାଣ୍ଡ୍‌ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ୱାର୍ଲ୍ଡ ମାର୍କେଟିଂ କଂଗ୍ରେସ ପରିଚାଳନା କରିବା ସହ ସିଏମ୍‌ଓ ଏସିଆ, ରିସର୍ଚ୍ଚ ପାର୍ଟନର ଏବଂ ଏସିଆନ କନ୍‌ଫେଡେରେସନ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ୍‌ ଓ୍ଵାର୍ଲ୍ଡ ସସ୍‌ଟେନେବେଲିଟି ଏହାକୁ ଅନୁମୋଦନ କରିଥିଲେ। ବିଭିନ୍ନ ପ୍ରକାର ଶିଳ୍ପ, ବଜେଟ୍‌ ଓ ମାର୍କେଟିଂ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର