ଟଙ୍କା ଅଭାବ ଯାଞ୍ଚ ପାଇଁ ଟାସ୍କଫୋର୍ସ

ନୂଆଦିଲ୍ଲୀ: ଏଟିଏମ୍‌ରେ ଦେଖାଦେଇଥିବା ଟଙ୍କା ଅଭାବ ଜନିତ ସମସ୍ୟା କିଭଳି ଦୂର କରାଯିବ ଏବଂ ଆଗାମୀ ଦିନରେ ଯେଭଳି ଏହି ସମସ୍ୟା ଆଉ ଉପୁଜିବ ନାହିଁ ତାହାର ଉପାୟ ବାହାର କରିବାକୁ ସରକାର ଆଗେଇ ଆସିଛନ୍ତି। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଅଧୀନରେ ସରକାର ଏକାଧିକ ତଦନ୍ତକାରୀ ସଂସ୍ଥାକୁ ନେଇ ଏକ ମଲ୍ଟି ଏଜେନ୍ସି ଟାସ୍କ ଫୋର୍ସ ଗଠନ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଟାସ୍କଫୋର୍ସକୁ ରିପୋର୍ଟ ଦାଖଲ କରିବା ଲାଗି କୁହାଯାଇଛି। ଏହି ମଲ୍ଟି ଏଜେନ୍ସି ଟାସ୍କଫୋର୍ସର ନୋଡାଲ ଏଜେନ୍ସି ଭାବେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ (ଏଫ୍‌ଆଇୟୁ) କାର୍ଯ୍ୟ କରିବ। ମିଳିଥିବା ସୂଚନା ଅନୁଯାୟୀ, ୨୧୬୬ଟି ଏଟିଏମ୍‌ ସେଣ୍ଟରର ଯାଞ୍ଚ ଏଫ୍‌ଆଇୟୁ କରିବ। ପିଛିଲା ଦିନ ଗୁଡ଼ିକରେ ଯେଉଁ ଏଟିଏମ୍‌ରୁ ଅଧିକ ଟଙ୍କା ଉଠାଯାଇଛି ସେଗୁଡ଼ିକର ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର