ଭାରତରେ ଏଯାବତ୍‌ ଲଞ୍ଚ୍‌ ହୋଇନି ହ୍ଵାଟ୍‌ସଆପ୍‌ର ପେମେଣ୍ଟ୍‌ ଭର୍ସନ, ପଠାଇ ହେଉନି ଟଙ୍କା

ନୂଆଦିଲ୍ଳୀ: କିଛି ଦିନ ତଳେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା ଯେ ଏଣିକି ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀମାନେ ହ୍ଵାଟ୍‌ଆପ୍‌ ଜରିଆରେ ଟଙ୍କା ପଠାଇପାରିବେ। ମାତ୍ର ଏବେ ତାହା ଏକ ଗୁଜବ ବୋଲି ସୂଚନା ହସ୍ତଗତ ହୋଇଛି। ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ମିଡିଆ ହ୍ଵାଟ୍‌ସଅପ୍‌ ଏବେ ବି ଟଙ୍କା ପଠାଇବା ନେଇ ଟେଷ୍ଟିଂ ଚଳାଇଛି ବୋଲି ଜାଣିବାକୁ ମିଳିଛି। ଯେତେବେଳେ ୨୦୦ ମିଲିୟନ୍‌ରୁ ଊର୍ଧ୍ୱ ଭାରତୀୟ  ହ୍ଵାଟ୍‌ସଆପ୍‌ ବ୍ୟବହାର କରିବେ ସେତେବେଳେ ଯାଇ ଏହା କାର୍ଯ୍ୟକାରୀ ହୋଇପାରେ ବୋଲି ଆଶା କରାଯାଉଛି।

ହ୍ଵାଟ୍‌ସଆପ୍‌ର ଏହି ନୂଆ ଫିଚର୍‌କୁ ବେଟା ହ୍ଵାଟ୍‌ସଆପ୍‌ ବୋଲି କୁହାଯାଉଛି। ଭାରତରେ ଏହି ବେଟା ଭର୍ସନକୁ ଅଧିକାଂଶ ବ୍ୟବହାରକାରୀ ଅପ୍‌ଡେଟ୍‌ କରି ସାରିଥିଲେ ବି ଏହା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ସୂଚନା ମିଳିଛି ଯେ ଏହି ଫିଚର୍‌ ଯେବେ ଭାରତରେ କାର୍ଯ୍ୟକାରୀ ହେବ କମ୍ପାନି ପକ୍ଷରୁ ଏକ ଆନୁଷ୍ଠାନିକ ଘୋଷଣା କରାଯିବ। ଏହି ଫିଚର୍‌ଟି ଯେତେବଳେ ଲଞ୍ଚ୍‌ କରିବ ତାହା ଲୋକପ୍ରିୟ ପେମେଣ୍ଟ୍‌ ଆପ୍‌ ‘ପେଟିଏମ୍‌’ ଏବଂ ‘ଗୁଗୁଲ୍‌ ତେଜ୍‌’ଙ୍କୁ ପଛରେ ପକାଇବ ବୋଲି ଅନୁମାନ କରାଯାଉଛି। ଏହି ପେମେଣ୍ଟ୍‌ ସିଷ୍ଟମ୍‌ ବଡ଼ ବଡ଼ ବ୍ୟାଙ୍କ୍‌ ଏସ୍‌ବିଆଇ, ଏଚଡିଏଫ୍ସି, ଆଇସିଆଇସିଆଇ ଏବଂ ଆକ୍ସିସ୍‌ ବ୍ୟାଙ୍କ୍‌ର ସହାୟତାରେ କାର୍ଯ୍ୟକାରୀ ହୋଇପାରେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର