ଏଣିକି ବିମାନରେ ପରିବାର ସହିତ ଏକାଠି ବସି ଯାତ୍ରା କରିବାକୁ ହେଲେ ଦେବାକୁ ପଡ଼ିବ ଅଧିକ ଚାର୍ଜ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏଭଳି ଯାତ୍ରୀଙ୍କ ଜରିଅାରେ ନିଜର ଆୟ ବଢ଼ାଇବା ପାଇଁ ଯୋଜନା କରିଛି ଯେଉଁମାନେ ପରିବାର ଲୋକଙ୍କ ସହିତ ବିମାନରେ ଏକାଠି ଯାତ୍ରା କରିବାକୁ ପସନ୍ଦ କରନ୍ତି। ସୋମବାର ଏୟାର ଇଣ୍ଡିଆ ସିଟ୍‌ ସିଲେକ୍‌ସନ୍‌ ଫି ବା ଫ୍ୟାମିଲି ଫି ନାମରେ ଅଧିକ ଶୁଳ୍କ ପୈଠ କରିବା ପାଇଁ ଏକ ସର୍କୁଲାର ଜାରି କରିଛି।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଜାରି କରିଥିବା ମଧ୍ୟବର୍ତ୍ତୀ ସିଟ୍‌ ସିଲେକସନ ଫର୍ମୁଲା ଭାରତରେ ନୂଆ ଅଟେ। ଫ୍ୟାମିଲି ସିଟ୍‌ ପାଇଁ ଡୋମେଷ୍ଟିକ୍‌ ଓ ଇଣ୍ଟରନ୍ୟାସନାଲ ବିମାନରେ ଦର ଭିନ୍ନ ଭିନ୍ନ ରହିଛି। ରାସ୍ତା ଅନୁଯାୟୀ ଦରସ୍ଥିର ହୋଇଛି। ବିମାନରେ ମଝି ସିଟ୍‌ରେ ପରିବାର ଲୋକଙ୍କ ଏକାଠି ବସି ଯାତ୍ରା କରିବା ପାଇଁ ସିଟ୍‌ ବୁକ୍‌ କରିବା ସମୟରେ ଯାତ୍ରୀଙ୍କଠାରୁ ଅଧିକ ୧୦୦ରୁ ୧୫୦୦ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ ହେବ। ଡୋମେଷ୍ଟିକ୍‌ ବିମାନର ମଝିର ସିଟ୍‌ ପାଇଁ ଅଧିକ ୧୦୦ଟଙ୍କା ଓ ଝରଖା ପାଖ ସିଟ୍‌ ପାଇଁ ୨୦୦ଟଙ୍କା ପୈଠ କରିବାକୁ ପଡ଼ିବ। ସେହିପରି ଜରୁରୀକାଳିନ ଦ୍ୱାର ପାଖରେ ଥିବା ସିଟ୍‌ ପାଇଁ ଅଧିକ ୮୦୦ରୁ ୧,୫୦୦ଟଙ୍କା ରାସ୍ତା ଅନୁଯାୟୀ ଚାର୍ଜ ଦେବାକୁ ପଡ଼ିବ। ସେହିପରି ଇଣ୍ଟରନ୍ୟାସନାଲ ବିମାନରେ ଝରକା ପାଖ ସିଟ ପାଇଁ ଅଧିକ ୨୪୦ର ୧୫,୦୦ ଟଙ୍କା ପୈଠ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର