ଏହି ଲୋକପ୍ରିୟ ମୋଟୋରୋଲା ସ୍ମାର୍ଟଫୋନର ଦର ୧୦୦୦ ଟଙ୍କା କମିଲା

ନୂଆଦିଲ୍ଲୀ: ଲିନୋଭୋ କମ୍ପାନି ଅଧିନସ୍ଥ ମୋଟୋରୋଲା ମୋବାଇଲ୍ସ ନିଜ ଲୋକପ୍ରିୟ ମଡେଲ ମୋଟୋ ଜି-୫ ଏସ୍‌ ପ୍ଲସ୍‌ର ମୂଲ୍ୟ ୧୦୦୦ ଟଙ୍କା ହ୍ରାସ କରିଛି । ଶୁକ୍ରବାରଦିନ କମ୍ପାନି ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ଏହି ମଡେଲର ମୂଲ୍ୟ ୧୫,୯୯୯ ଟଙ୍କା ଥିବାବେଳେ ଏବେ ତାହା ୧୪,୯୯୯ ଟଙ୍କାକୁ ଖସିଆସିଛି ।

ମୋଟୋ ଜି ୫ ଏସ ପ୍ଲସ୍‌ ୪ଜି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ ସହିତ ବ୍ଲସ ଗୋଲ୍ଡ ଏବଂ ଲୁନାର ଗ୍ରେ ରଙ୍ଗ ରେ ଉପଲବ୍ଧ ହେଉଛି । ମୋଟୋ ଜି ୫ ଏସ ପ୍ଲସ ଫୋନ୍‌ର ଆଉ କେତେକ ଫିଚର ହେଉଛି ଡୁଆଲ ୧୩ ଏମପି + ୧୩ ଏମପି ବ୍ୟାକ୍‌ କ୍ୟାମେରା ଏବଂ ସମ୍ମୁଖ କ୍ୟାମେରା ସହିତ ସ୍ୱତନ୍ତ୍ର ଫଟୋ ବୃଦ୍ଧି କରିବାର ସଫ୍ଟଓୟାର, ସୁନ୍ଦର ବ୍ୟାକ୍‌ଗ୍ରାଉଣ୍ଡ ଇଫେକ୍ଟ ।

ମୋଟୋ ଜି ୫ ଏସ ପ୍ଲସର ୮ ଏମପି ୱାଇଡ଼ ଆଙ୍ଗେଲ୍‌ ସମ୍ମୁଖ କ୍ୟାମେରା ସହିତ ଏଲଇଡି ଫ୍ଲାସ ଏବଂ ନୂତନ ପାନୋରୋମିକ ମୋଡ ଦ୍ୱାରା ଖୁବ ଭଲ ଫଟୋ କ୍ୟାପଚର କରିହେବ । ନୂତନ ଶୃଙ୍ଖଳାର ମୋଟୋ ଜି ୫ଏସ ଏବଂ ଜି ୫ ଏସ ପ୍ଲସ ସହିତ ପୁଣିଥରେ ସମସ୍ତଙ୍କ ପାଇଁ ବ୍ୟବହାର ହେଲାପରି ପ୍ରମିୟମ ବୈଶିଷ୍ଟ୍ୟ ରହିଛି । ମୋଟୋ ଜି ୫ ଏସ ପ୍ଲସରେ ଶକ୍ତିଶାଳୀ ଗ୍ରାଫିକ୍ସ କ୍ଷମତା ପାଇଁ ବ୍ଲେଜିଙ୍ଗ ଫାଷ୍ଟ କ୍ୱାଲାକୋମ ସ୍ନାପଡ୍ରାଗନ ୨.୦ ଗିଗାହର୍ଜର୍ ଅକ୍ଟାକୋର ପ୍ରୋସେସର, ଶକ୍ତିଶାଳୀ ଗ୍ରାଫିକ୍ସ କ୍ଷମତା ରହିଛି । ସମ୍ପୂର୍ଣ୍ଣ ଦିନରେ ୩୦୦୦ ଏମଏଏଚର ବ୍ୟାଟେରୀ ଆବଶ୍ୟକ ଶକ୍ତି ପ୍ରଦାନ କରିଥାଏ । ଏହା ସହିତ ଉକ୍ତ ଫୋନରେ ଟର୍ବୋ ପାୱାର ଚାର୍ଜର ରହିଛି ଯାହାକି ମାତ୍ର ୧୫ ମିନିଟ ଚାର୍ଜ ଦ୍ୱାରା ୬ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ପ୍ରଦାନ କରିଥାଏ ।

ସମ୍ବନ୍ଧିତ ଖବର