ଏମ୍‌ଏସ୍‌ଏମ୍‌ଇ ବିଭାଗ-କ୍ୟୁସିଆଇ ଏମ୍‌ଓୟୁ

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁଡ଼ିକ ପାଇଁ ଜିରୋ ଡିଫେକ୍ଟ ଜିରୋ ଇଫେକ୍ଟ (ଜେଡ୍ଇଡି) ପ୍ରମାଣନ ସ୍କିମ୍ ପାଇଁ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ କ୍ବାଲିଟି କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ (କ୍ୟୁସିଆଇ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି। ଜେଡ୍‌ଇଡି ଉପରେ ଏଠାରେ ଆୟୋଜିତ ଏକ କର୍ମଶାଳାରେ ଏହି ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏମ୍‌ଏସ୍‌ଏମ୍‌ଇ) ଏଲ୍‌. ଏନ୍. ଗୁପ୍ତା ଓ କ୍ୟୁସିଆଇର ସେକ୍ରେଟାରି ଜେନେରାଲ ଡ. ରବି ପି. ସିଂହଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଜେଡ୍‌ଇଡି ସ୍କିମ୍‌ର ଲାଭ ଉଦ୍ୟୋଗୀମାନେ ନେବା ପାଇଁ ଶ୍ରୀ ଗୁପ୍ତା ଏହି ଅବସରରେ ମତ ଦେଇଥିଲେ। ଏହି ସ୍କିମରେ ଉଦ୍ୟୋଗୀମାନେ ଜେଡ୍‌ଇଟି ରେଟିଂ ପାଇଁ ଯନ୍ତ୍ରାଂଶ କ୍ରୟ କରିବେ କଂସା କ୍ଷେତ୍ରରେ ୧ ଲକ୍ଷ ଟଙ୍କା, ରୁପାରେ ୨ ଲକ୍ଷ, ସୁନାରେ ୩ ଲକ୍ଷ, ହୀରାରେ ୪ ଲକ୍ଷ ଏବଂ ପ୍ଲାଟିନମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ। ଭାରତ ସରକାର ଜେଡ୍‌ଇଡି ସ୍କିମ୍‌ରେ ପ୍ରଦାନ କରୁଥିବା ଅର୍ଥ ବାଦ୍ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର