ଗୋଟିଏ ମିନିଟ୍‌ରେ ମୁକେଶ ଆମ୍ବାନି କେତେ ଟଙ୍କା ରୋଜଗାର କରନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଆମ୍ବାନି ନିଜ ଗତ ୧୦ବର୍ଷ ମଧ୍ୟରେ ନିଜ ବେତନରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ମୁକେଶ ଆମ୍ବାନିଙ୍କ ବାର୍ଷିକ ଆୟ ୧୫କୋଟି ଟଙ୍କା। ପ୍ରତିମାସରେ ୧.୨୫କୋଟି ଟଙ୍କା, ପ୍ରତିଦିନ ୪.୧୬ଲକ୍ଷ ଟଙ୍କା, ଘଣ୍ଟାକୁ ୧୭,୩୩୩ଟଙ୍କା ଓ ପ୍ରତି ମିନିଟ୍‌ରେ ୨୮୮ଟଙ୍କା ରୋଜଗାର କରି ଥାଆନ୍ତି। ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମୁକେଶ ଆମ୍ବାନିଙ୍କ ଠାରୁ ବି ଅଧିକ ଟଙ୍କା ନେଇ ଥାଆନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…

ରାଜିବ ବଜାଜ- ୨୦୧୮ରେ ବଜାଜ ଅଟୋର ମ୍ୟାନେଜିଂ ଡାଇରେକ୍ଟର ରାଜିବ ବଜାଜଙ୍କ ବାର୍ଷିକ ଆୟ ୨୮.୩୨କୋଟି ଟଙ୍କା ରହିଛି।

ଏମ୍‌ ନାଇକ: ଏମ ନାଇକ୍‌ ସବୁଠାରୁ ବଡ଼ ଇଞ୍ଜିନିୟରିଂ କମ୍ପାନି ଲାର୍ସନ୍‌ ଆଣ୍ଡ ଟୁବ୍ରୋର ଏଗଜିକ୍ୟୁଟିଭ୍‌ ଚ୍ୟାୟରମେନ୍‌ ଅଟନ୍ତି। ୨୦୧୭ରେ ତାଙ୍କର ବେତନ ୪୦.୮୭କୋଟି ଥିଲା। ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏଗଜିକ୍ୟୁଟିଭ୍‌ ଡାଇରେକ୍ଟର ନିଖିଲ ମେସ୍‌ବାନିଙ୍କ ବେତନ ୨୦୧୭ରେ ୧୯.୯୯କୋଟି ଥିଲା।

ଆଇଟିସିର ଚ୍ୟାୟରମ୍ୟାନ୍‌ ଓ୍ଵାଇ.ସି ଦେବେଶ୍ୱରଙ୍କ ବାର୍ଷିକ ଆୟ ୨୧.୧୭ କୋଟି ଟଙ୍କା ରହିଛି। ସେହିପରି ଅଲଟ୍ରାଟେକ୍‌ ସିମେଣ୍ଟର ଚ୍ୟାୟରମେନ୍‌ କୁମାର ମଙ୍ଗଲମ୍‌ ବିଡଲାଙ୍କ ୨୦୧୮;ର ବାର୍ଷିକ ଆୟ ୧୯.୧୩କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର