‘ଡ୍ୟାଡ୍‌! ଆମର ଇଣ୍ଟର୍‌ନେଟ୍‌ ସେବା ପୂରା ବେକାର୍‌’: ଏମିତି ଏକ ବାକ୍ୟରୁ ଜିଓର ସୃଷ୍ଟି, ବଦଳିଗଲା ଦେଶର ଚିତ୍ର

ମୁମ୍ବାଇ: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଜିଓ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ମାତ୍ର ୨ ବର୍ଷ ଭିତରେ ଦେଶକୁ ମୋବାଇଲ୍‌  ଜରିଆରେ ୪ଜି ଇଣ୍ଟ୍‌ରନେଟ୍‌ ସେବା ପ୍ରଦାନ କରିବା ସହ ସର୍ବବୃହତ୍ତ ଇଣ୍ଟ୍‌ରନେଟ୍‌ ଦାତା କମ୍ପାନି ଭାବେ ପରିଚୟ ସୃଷ୍ଟି କରିଥିବା ଜିଓର ଅଭୂତପୂର୍ବ ସଫଳତାର ଶ୍ରେୟ ଯାଉଛି ମୋ ଝିଅ ଇଶାକୁ। ଅମ୍ବାନୀଙ୍କୁ ଝିଅ ଇଶା ଅମ୍ବାନୀ ୨୦୧୧ ମସିହାରେ ପ୍ରଥମେ  ବାପାଙ୍କୁ ଜିଓ ସେବା ଆରମ୍ଭ କରିବାକୁ ବୁଦ୍ଧି ଦେଇଥିଲେ। ଏ ସଂପର୍କରେ ଅମ୍ବାନୀ ଖୋଲା ଖୋଲି ଭାବେ ନିକଟରେ ପ୍ରକାଶ କରିଛନ୍ତି।

ଅମ୍ବାନୀ କହିଛନ୍ତି କି, ‘ମୋ ଝିଅ ଇଶା ଆମେରିକାରେ ପଢ଼ୁଥିଲା। ୨୦୧୧ ମସିହାରେ ସେ ଘରକୁ ଛୁଟି କାଟିବାକୁ ଆସିଥାଏ। ସେ ଘରୁ ରହି କିଛି କୋର୍ସଓ୍ଵାର୍କ ତା’ ଶିକ୍ଷା ପ୍ରତିଷ୍ଠାନରେ ଜମା କରିବାକୁ ଚାହୁଁଥିଲା। ଇଣ୍ଟର୍‌ନେଟ୍‌ ଧୀର ଥିବାରୁ ଯେ ଚିଡ଼ି ଯାଇ କହିଲା, ଡ୍ୟାଡ୍‌! ଆମର ଇଣ୍ଟର୍‌ନେଟ୍‌ ସେବା ପୂରା ବେକାର୍‌। ସେଇ ଦିନରୁ ସେ ଭାରତକୁ ଉତ୍କଷ୍ଟ ଇଣ୍ଟର୍‌ନେଟ୍‌ ସେବା ଯୋଗାଇବା ପାଇଁ ମନସ୍ଥ କରିଥିଲା। ମୋ ଝିଅ ଇଶା ଆଉ ପୁଅ ଆକାଶଙ୍କ ପରି ବର୍ତ୍ତମାନ ପିଢ଼ିର ପିଲାଏ ଚାହିଁଲେ ୨୦୨୮ ମସିହା ଭିତରେ ଭାରତ ହେବ ତୃତୀୟ ବୃହତ୍ତ ଅର୍ଥନୈତିକ ଦେଶ।

ଗୋଟାଏ ସମୟ ଥିଲା ଆମ ଦେଶର ଲୋକେ ଅର୍ଥ ବିନିମୟ କରି ବି ଉତ୍ତମ ଇଣ୍ଟର୍‌ନେଟ୍‌ ସେବା ପାଇ ପାରୁନଥିଲେ। ଏପରିକି ସାଧାରଣ ଇଣ୍ଟର୍‌ନେଟ୍‌ ବ୍ୟବହାର ପାଇଁ ମଧ୍ୟମ ବର୍ଗର ପରିବାରର ଲୋକେ ସମର୍ଥ ହେଉନଥିଲେ। ଦେଶର କୋଣ ଅନୁକୋଣରୁ ଜିଓ ସେହି ସମସ୍ୟା ପୋଛି ଦେଇଛି। ୨୦୧୬ ମସିହାରେ ମୋ ଝିଅର ଇଚ୍ଛା ପାଇଁ ମୁଁ ଜିଓ ଲଞ୍ଚ୍‌ କରିଥିଲା। ସେ ହିଁ ମୋତେ ବୁଦ୍ଧି ଦେଇଥିଲା କି ଯୁଗ ବଦଳାଇବା ପାଇଁ ଇଣ୍ଟର୍‌ନେଟ୍‌ର ଗୁରୁତ୍ୱ ଆଉ କେଉଁଥିରେ ନାହିଁ। ବର୍ତ୍ତମାନର ଜଣେ ଯୁବପିଢ଼ି ପରାମର୍ଶକୁ ଗ୍ରହଣ କରି ମୁଁ ଜିଓ  ଅାରମ୍ଭ କରିଥିଲି । ଏବେ ତାହା ଭାରତ ପାଇଁ ସବୁଠାରୁ ବଡ଼ ପରିବର୍ତ୍ତକ ହୋଇ ସାରିଛି ଯାହା ଆପଣ ସମସ୍ତେ ଜାଣନ୍ତି।

ସମ୍ବନ୍ଧିତ ଖବର