ମୋଦିଙ୍କ ପରେ ଏବେ ମୁକେଶ ଆମ୍ବାନି ପହଞ୍ଚିଲେ ବଦ୍ରିନାଥ, ଦାନ କଲେ ଏତିକି କୋଟି

ନୂଆଦିଲ୍ଲୀ: ବ୍ୟବସାୟୀ ମୁକେଶ ଆମ୍ବାନୀ ପ୍ରାଚୀନ ମନ୍ଦିର ବଦ୍ରିନାଥ ମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ମୁକେଶ ଆମ୍ବାନୀ ଏକାକୀ ପ୍ରଭୂ ବଦ୍ରିନାଥଙ୍କ ଦର୍ଶନ କରିଥିଲେ। ତାଙ୍କ ସହିତ ତାଙ୍କର ପରିବାରର କୌଣସି ସଦସ୍ୟ ନଥିଲେ। ବଦ୍ରିନାଥ ମନ୍ଦିର ଦର୍ଶନ କରିବା ପରେ ମୁକେଶ ଆମ୍ବାନି କିଛି ସମୟ ମନ୍ଦିର ପରିସରରେ ବିତାଇବା ପରେ ଭଗବତ ଗୀତାର ପ୍ରବଚନ ଶୁଣିଥିଲେ। ପ୍ରବଚନ ଶୁଣି ତାଙ୍କ ଆତ୍ମ ଶାନ୍ତି ହୋଇଥିବା କଥା ସେ କହିଥିଲେ।

Times Now

ମୁକେଶ ଆମ୍ବାନି ବଦ୍ରିନାଥ ମନ୍ଦିର ଓ କେଦାରନାଥ ମନ୍ଦିର କମିଟିଙ୍କୁ ୨କୋଟି ଟଙ୍କା ଦାନ କରିଛନ୍ତି। ଦାନ କରିଥିବା ଏହି ରାଶି ମନ୍ଦିର ପାଇଁ ଚନ୍ଦନ କାଠ ଓ କେଶର ତାମିଲନାଡୁ ଜଙ୍ଗଲରୁ କିଣାଯିବ ବୋଲି ସେ କହି ରଖିଛନ୍ତି। ଯାହାକୁ ପୂଜା ପାଇଁ ବ୍ୟବହାର କରାଯିବ। ଏହି ଚନ୍ଦନ ଓ କେଶରୁ ମୁକେଶ ଆମ୍ବାନିଙ୍କ ପିତା ଧିରୁଭାଇ ଆମ୍ବାନିଙ୍କ ନାମରେ କିଣାଯିବ। କୁହାଯାଉଛି କି ମୁକେଶ ଆମ୍ବାନି ବଦ୍ରିନାଥ ଧାମର ପୂଜା କରି ଦେଶର ସୁଖଶାନ୍ତି ଓ କଲ୍ୟାଣର କାମନା କରିଛନ୍ତି।

ସମ୍ବନ୍ଧିତ ଖବର